ବ୍ୟୁରୋ: ଦିପାବଳୀ ଅବସରରେ ବାଣ ଫୁଟାଇବା ସାଧାରଣ କଥା । ହେଲେ ଆପଣ ଜାଣନ୍ତି ଆତସବାଜୀ ଧୂଆଁ ବାୟୂମଣ୍ଡଳରେ ଅନେକ ଗ୍ୟାସ୍ ସୃଷ୍ଟି କରେ । ଏହା ବାୟୂର କୋଣ ଅନୁକୋଣରେ ମିଶିଥାଏ । ପରେ ନିଶ୍ୱାସ ପ୍ରଶ୍ୱାସରେ ଆମ ଶରୀର ଭିତରେ ପ୍ରବେଶ କରେ । ଯାହା ଆଜମା, ସିଓପିଡି ଓ ନିଶ୍ୱାସ ପ୍ରଶ୍ୱାସରେ ଜଡିତ ସମସ୍ୟା ଶରୀରରେ ଦେଖାଦିଏ । ଏହାର ପ୍ରଭାବ ଆଖି ଓ ଗଳାରେ ଦେଖିବାକୁ ମିଳେ । ଅଧିକ ଧୂଆଁ ହେଲେ କିଛି ଲୋକଙ୍କର କାସ ହେବା ସହ ଗଳା ଓ ଛାତି ଭାରି ଭାରି ଅନୁଭୂତ ହୁଏ । ସଲଫର ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ ପରି ଗ୍ୟାସ୍ ବାଣ ଫୁଟିବା ଦ୍ୱାରା ବାହାରି ଥାଏ । କିଛିି ବାଣରୁ ବେରିୟମ ପରି ଧାତୁ , କାର୍ବନ ମନୋକ୍ସାଇଡ ମଧ୍ୟ ନିର୍ଗତ ହୁଏ । ଯେତେବେଳେ ଗୋଟିଏ ସ୍ଥାନରେ ବହୁ ମାତ୍ରାରେ ବାଣ ଫୁଟାଯାଏ, ଆଖପାଖ ବାୟୂମଣ୍ଡଳରେ ଏହି ପ୍ରଦୂଷକ ତତ୍ୱ ଦେଖାଯାଏ ।
ଯେତେବେଲେ ବାଣ ଧୂଆଁ ନିଶ୍ୱାସରେ ଶରୀର ଭିତରକୁ ଯାଏ, ତାହା ଶ୍ୱାସନଳୀ ଦେଇ ଫୁସଫୁସ ଆଡକୁ ଯାଏ । ସେହିସମୟରେ ଶ୍ୱାସନଳୀରେ ଜଳିବା ପରି ଅନୁଭବ ହୁଏ । ବାଣ ଧୂଆଁର ସଂସ୍ପର୍ଶରେ ଆଶିବା ପରେ ଲଗାତର କାସ, ଗଳା ଖରାପ ହେବା ପରି ଅନୁଭୂତ ହୁଏ । ଯାହାର ନିଶ୍ୱାସ ପ୍ରଶ୍ୱାସ ସମ୍ପର୍କୀତ ରୋଗ ଥାଏ, ସେମାନଙ୍କ ମଧ୍ୟରେ ଏହି ଲକ୍ଷଣ ବେଶି ଅନୁଭୂତ ହୁଏ । ଆଜମା ରୋଗୀଙ୍କର ଶ୍ୱାସନଳୀ ପ୍ରଥମରୁ ହିଁ ସମ୍ବେଦଶୀଳ ଥାଏ । ସେଥିପାଇଁ ବାଣରୁ ନିର୍ଗତ ଧୂଆଁ ଓ ପ୍ରଦୂଷଣ ସେମାନଙ୍କ ପାଇଁ ଶୀଘ୍ର ସମସ୍ୟା ସୃଷ୍ଟି କରିପାରେ । ଶ୍ୱାସନଳୀ ଫୁଲିବା ଆରମ୍ଭ ହୋଇଥାଏ ଫଳରେ ହଠାତ୍ କାସ ଓ ନିଶ୍ୱାସ ନେବାରେ ସମସ୍ୟା ଦେଖାଦିଏ । କିଛି ଲୋକଙ୍କ ମଧ୍ୟରେ ଧୂଆଁରୁ ଆଜ୍ମା ଆଟାକ୍ ଟ୍ରିଗର ହୋଇଯାଏ । ଯେଉଁଲୋକଙ୍କ ଆଜମା କଂଟ୍ରୋଲରେ ରହୁନଥିବ, ସେମୋନେ ଏହି ସମୟରେ ସାବଧାନ ରହିବାକୁ ପଡିବ । ପ୍ରଦୂଷଣରୁ ହସ୍ପଟିଲା ନେବାଯାଏ ପରିସ୍ଥିତି ଉପୁଜିପାରେ । କେବଳ ଫୁସଫୁସ କି ଶ୍ୱାସନଳୀ ନୁହେଁ ଆତସବାଜୀ ଧୂଆଁରେ ଆଖି ବି ପ୍ରଭାବିତ ହୁଏ । ଆଖି ପୋଡିବା ସହ ଆଖିରେ ପାଣି ଆସିବା, ନାଲି ପଡିଯିବା ପରି ସମସ୍ୟା ଦେଖାଦିଏ । ତେଣୁ ବାଣ ଫୁଟାଯାଉଥିବା ସ୍ଥାନରେ ଲମ୍ବା ସମୟ ଯାଏ ବସି ରହିବା ଉଚ୍ଚିତ ନୁହେଁ । ପିଲା ଓ ସମ୍ବଦଶୀଳ ଲୋକଙ୍କର ଖାସ୍ ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଛି ।
ବାଣ ଧୂଆଁରୁ କେମିତି ବଂଚିବେ?
ଯେତେବେଳେ ଆଖପାଖରେ ବହୁତ ଧୂଆଁ ଥାଏ, ବାହାରକୁ ବାହାରିବେ ନାହିଁ ।
ଛୋଟପିଲା, ବୁଢା ଓ ରୋଗୀଙ୍କ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
ଘରର କବାଟ ଝରକା ବନ୍ଦ ରଖନ୍ତୁ, ବାହାର ପ୍ରଦୂଷଣ ଭିତରକୁ ପ୍ରବେଶ କରିପାରିବନାହିଁ ।
ଦରକାର ପଡିଲେ ମାସ୍କ ବ୍ୟବହାର କରନ୍ତୁ ।
ଏୟାର ପ୍ୟୁରିଫାୟାର ବ୍ୟବହାର କରନ୍ତୁ ।
ଏୟାର ପ୍ୟୁରିଫାୟର ବାୟୂରେ ଉପସ୍ଥିତ ଛୋଟ ଛୋଟ କଣିକାକୁ କମ୍ କରିବାରେ ସହାୟକ ହୁଏ ।
ବାଣ ଫୁଟିବା ଦ୍ୱାରା ଧୂଆଁ ବାହାରୁଥିବା ବେଳେ ବାହାରେ ବୁଲିବା, ଏକ୍ସରସାଇଜ୍ କରିବାଠାରୁ ଦୂରେଇ ରୁହନ୍ତୁ ।
ବାଣ ଧୂଆଁରୁ ବାୟୂମଣ୍ଡଳ ମୁକ୍ତ ହେବା ପରେ ହିଁ ବାହାରକୁ ଚାଲିବା କି ଏକ୍ସରସାଇଜ କରିବାକୁ ଯଆନ୍ତୁ ।
