ଗୁଇନା: ଗୁଇନାର ଦ୍ୱିତୀୟ ବୃହତ୍ତମ ସହର ଏନ’ଜାରେକୋରରେ ରବିବାର ଦିନ ଆୟୋଜିତ ଏକ ଫୁଟବଲ ମ୍ୟାଚରେ ଦର୍ଶକଙ୍କ ମଧ୍ୟରେ ସଂଘର୍ଷ ସ୍ଥିତି ଉପୁଜିଥିଲା। ଏହି ଘଟଣାରେ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି।
ଏହି ହିଂସାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଷ୍ଟାଡିୟମରେ ଉତ୍ତେଜିତ ଦର୍ଶକମାନେ ମଧ୍ୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ମ୍ୟାଚ୍ ରାଷ୍ଟ୍ରପତି ମାମାଡି ଡମ୍ବୁୟାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଟୁର୍ନାମେଣ୍ଟର ଅଂଶ ଥିଲା। ୨୦୨୧ ସତ୍ତା ପରିବର୍ତ୍ତନ କରି ରାଷ୍ଟ୍ରପତି ମାମାଡି ଡମ୍ବୁୟା ଶାସନ କ୍ଷମତା ଦଖଲ କରିଥିଲେ। ଏହା ପରେ ସେ ନିଜକୁ ରାଷ୍ଟ୍ରପତି ଭାବରେ ଅଧିଷ୍ଠିତ କରିଥିଲେ। ଅପରପକ୍ଷରେ ୨୦୨୫ ମସିହାରେ ଦେଶରେ ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନଜରରେ ରଖି ରାଷ୍ଟ୍ରପତି ଡମ୍ବୁୟା ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଟୁର୍ନାମେଣ୍ଟର ଆୟୋଜନ କରୁଛନ୍ତି।