Latest Odisha News

BREAKING NEWS

ମିଳିଲା ମାଓ ପୋଷ୍ଟର, ବଢିଲା ସୁରକ୍ଷା

ରାଉରକେଲା:ମାଓବାଦୀ ସଂଗଠନ ପକ୍ଷରୁ ଡିସେମ୍ବର ୨ରୁ ୮ ଯାଏଁ ପିଏଲଜିଏ ସପ୍ତାହ ପାଳନ କରାଯାଉଛି । ଏଥିମଧ୍ୟରେ ଓଡିଶା- ଝାଡଖଣ୍ଡ ସୀମାବର୍ତ୍ତୀ ଜରେଇକେଲାରୁ ମନୋହରପୁର ଯିବା ରାସ୍ତାରେ ମାଓ ପୋଷ୍ଚର ଦେଖିବାକୁ ମିଳିଛି । ପୋଲିସ୍ ପୋଷ୍ଟରକୁ ଜବତ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।

ମାଓବାଦୀଙ୍କ ପକ୍ଷରୁ ଏହି ପିଏଲଜିଏ ସପ୍ତାହ ପାଳନ ହେଉଥିବାରୁ କୌଣସି ସ୍ଥାନରେ ଅଘଟଣ ନଘଟୁ ସେଥିପାଇଁ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି । ତଥାପି ଏତେ ସୁରକ୍ଷା ମଧ୍ୟରେ ବିଳମ୍ବିତ ରାତିରେ ଜରେଇକେଲାରୁ ମନୋହରପୁର ଯିବା ରାସ୍ତାରେ ମାଓବାଦୀମାନେ ବହୁଗୁଡିଏ ପୋଷ୍ଟର ଲଗାଇଥିଲେ । ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

ଏହି ଘଟଣା ପରେ ସରାଣ୍ତା ଜଙ୍ଗଲରୁ ଆରମ୍ଭ କରି କୋହ୍ଲାନ ଜଙ୍ଗଲରେ ସିଆରପିଏଫ୍ , କୋବ୍ରା ଯବାନଙ୍କ ସହ ଚାଇଁବସା ପୋଲିସ ପକ୍ଷରୁ କମ୍ବିଂ ଅପରେସନ କରାଯାଉଛି । ଅନ୍ୟପଟେ ମାଓ ପ୍ରଭାବିତ ଅଞ୍ଚଳରେ ରେଳଧାରଣା ଗୁଡିକର ସୁରକ୍ଷା ବଢାଇ ଦିଆଯାଇଛି । ରେଳ ପ୍ରଶାସନ ପକ୍ଷରୁ ଚକ୍ରଧରପୁରରୁ ରାଉରକେଲା ମଝିରେ ରାତ୍ରୀକାଳୀନ ଟ୍ରେନରେ ଆରପିଏଫ୍ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାଛଡା ପ୍ରତିଟି ଯାତ୍ରୀବାହୀ ଟ୍ରେନ୍ ଆଗରେ ଗୋଟିଏ ମାଲଗାଡି ଚଳାଇବାକୁ ମଧ୍ୟ ନିର୍ଦ୍ଦେଶ ହେଇଛି ।

Leave A Reply

Your email address will not be published.