Latest Odisha News

ଆଜି ଉତକ୍ଷେପଣ ହେବ ପ୍ରୋବା-୩, ଏହି କାରଣରୁ ଘୁଞ୍ଚିଥିଲା ଲଞ୍ଚ ତାରିଖ

ନୂଆଦିଲ୍ଲୀ: ଆଜି ଲଞ୍ଚ ହେବ ପ୍ରୋବା-୩ ମିଶନ । ଅପରାହ୍ନ ୪ଟା ୧୨ ମିନିଟ୍‌ରେ ଇସ୍ରୋ ପିଏସଏଲଭି -ସି ୫୯ ରକେଟ୍‌ରୁ ଏହା ଲଞ୍ଚ ହେବ। ତେବେ ଗତକାଲି ଅପରାହ୍ନ ୪ଟା ୦୬ ମିନିଟ୍‌ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ସ୍ପେଶ୍‌ ସେଣ୍ଟରରୁ ଏହି ସାଟେଲାଇଟ୍‌କୁ ଲଞ୍ଚ ହେବାର ଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର ଲଞ୍ଚ୍ ତାରିଖ ଘୁଞ୍ଚାଇଥିଲା ଇସ୍ରୋ ।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ଇସ୍ରୋ ପିଏସଏଲଭି -ସି ୫୯ ରକେଟ୍‌ରୁ ଲଞ୍ଚ ହେବ ପ୍ରୋବା-୩ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ ଗତକାଲି ଇସ୍ରୋ କହିଥିଲା ଯେ, ପ୍ରୋବା-୩ ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ, ଏହାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି । ଗତକାଲି ଅର୍ଥାତ୍ ଡିସେମ୍ବର ୫ରେ ଏହା ଲଞ୍ଚ କରାଯିବ ବୋଲି ସୂଚନା ଦେଇଥିଲା ଇସ୍ରୋ ।

ଉଲ୍ଲେଖଯୋଗ୍ୟ, ପ୍ରୋବା-୩ ବିଶ୍ୱର ପ୍ରଥମ ପ୍ରେସିଶନ୍‌ ଫର୍ମେଶନ୍‌ ଫ୍ଲାଇଙ୍ଗ୍‌ ସାଟେଲାଇଟ୍‌ । ଅର୍ଥାତ୍‌ ଦୁଇଟି ସାଟେଲାଇଟ୍‌ ଲଞ୍ଚ୍‌ ହେବ। ପ୍ରଥମଟି କୋରୋନାଗ୍ରାଫ୍‌ ସ୍ପେସ୍‌କ୍ରାଫ୍ଟ ଓ ଅନ୍ୟଟି ଅକଲ୍ଟର ସ୍ପେସ୍‌କ୍ରାଫ୍ଟ । ଏହାର ମୋଟ୍‌ ଓଜନ ୫୫୦ କିଲୋ ହେବ । ଏହାର ଉପକରଣଗୁଡିକ ସୂର୍ଯ୍ୟ କୋରୋନାରୁ ମିଳୁଥିବା ତଥ୍ୟଗୁଡ଼ିକର ଅଧ୍ୟୟନ କରିବ।

Comments are closed.