Latest Odisha News

BREAKING NEWS

କାଲିଫର୍ଣ୍ଣିଆରେ ବଡ଼ଧରଣର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦

ନୂଆଦିଲ୍ଲୀ: ଉତ୍ତର କାଲିଫର୍ଣ୍ଣିଆରେ ବଡ଼ଧରଣର ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୭.୦ ଥିବା ବେଳେ ସୁନାମୀ ନେଇ ଆଲର୍ଟ କରିଛି ବିଭାଗ । ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ହମ୍ବୋଲ୍ଡ ଜିଲ୍ଲାର ଏକ ଛୋଟ ସହର ଫର୍ଣ୍ଡଲେ ନିକଟରେ ରାତି ପ୍ରାୟ ୧୦.୪୪ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଲଗାତାର ଭାବରେ ୪/୫ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମାତ୍ର ପ୍ରଥମ ଝଟକାର ତୀବ୍ରତା ୭.୦ ଥିବା ବେଳେ ପରେ ଯେଉଁ ଝଟକା ଅନୁଭୂତ ହୋଇଥିଲା ତାହା ସାମାନ୍ୟ ଥିବା ନେଇ ସୂଚନା ଦେଇଛି ବିଭାଗ ।

ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଭୂକମ୍ପ ନେଇ ସୂନା ଦେଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଫର୍ଣ୍ଡଲେଠାରୁ ପ୍ରାୟ ୧୦୦ କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୧୦ କିଲୋମିଟର (୬.୨୧ ମାଇଲ) ଗଭୀରତାରେ ଥିବା ନେଇ ସୂଚନା । ସେପଟେ ଏତେ ବଡ ଧରଣର ଭୂକମ୍ପ ପରେ ସୁନାମି ନେଇ ଚେତାବନୀ ଦେଇଥିଲା ବିଭାଗ । ମାତ୍ର ପରେ କେନ୍ଦ୍ରସ୍ଥଳର ୩୦୦ କିଲୋମିଟର ବ୍ୟାସାର୍ଦ୍ଧରେ ସୁନାମି ହୋଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ ।

ଭୂକମ୍ପ ପରେ ଲୋକେ ଭୟରେ ଘର ଓ ଅଫିସରୁ ବାହାରକୁ ଚାଲି ଆସିଥିଲେ । ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୦ ହଜାରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି।ଆମେରିକୀୟ ଏଜେନ୍ସି ଅନୁଯାୟୀ, ଅତି କମରେ ୫:୩ ନିୟୁତ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି ।

Comments are closed.