Latest Odisha News

BREAKING NEWS

ଇତିହାସ ରଚିଲା ଇସ୍ରୋ; କାରଟୋସ୍ୟାଟ-୩ ସହ ଲଞ୍ଚ୍ ହେଲା ୧୩ ନାନୋ ସାଟେଲାଇଟ୍ !

ଭୁବନେଶ୍ୱର: ଆଜି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ( ଇସ୍ରୋ ) ସକାଳ ୯ ବାଜି ୨୮ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ରକେଟ ଲଚିଂ ପ୍ୟାଡ଼ରୁ ଭାରତର କାରଟୋସ୍ୟାଟ-୩ ସ୍ୟାଟେଲାଇଟ ସହ ଆମେରିକା ସମେତ ୧୩ ନାନୋ ସ୍ୟାଟେଲାଇଟ ସଫଳତା ପୂର୍ବକ ଲଞ୍ଚ କରିଛି ।

ଏହି ୧୪ଟି ସ୍ୟାଟେଲାଇଟ ଭିତରୁ ଭାରତର ୧,୬୨୫ କିଲୋଗ୍ରାମ ବିଶିଷ୍ଟ କାରଟୋସ୍ୟାଟ-୩ ସ୍ୟାଟେଲାଇଟ ଓ ଆମେରିକା ସମେତ ୧୩ ନାନୋ ସ୍ୟାଟେଲାଇଟ ସାମିଲ ଅଛି । ଇସ୍ରୋ ପିଏସଏଲଭି ରକେଟରୁ ଯାତ୍ରାର ୧୭ ମିନିଟ ଭିତରେ ପ୍ରଥମେ ଭାରତର କାରଟୋସ୍ୟାଟ-୩ କୁ ମହାକାଶକୁ ଛାଡିଛି ଯାହା ଏହି ସିରିଜର ତୃତୀୟ ସଂସ୍କରଣ । ଏଥିରେ ହାଇ ରିଜୋଲ୍ୟୁସନ ଇମେଜିଙ୍ଗ ସକ୍ଷମ ଟେକ୍ନୋଲୋଜି ଦିଆଯାଇଛି । ଏହି ୫୦୯ କିଲୋମିଟରର ଅର୍ବିଟର ଓ ୯୭.୫ ଡିଗ୍ରୀରେ ମହାକାଶକୁ ଯିବ । ଏହି ସ୍ୟାଟେଲାଇଟ ଇସ୍ରୋ ହାଇ ରିଜୋଲ୍ୟୁସନ ଇମେଜିଙ୍ଗ ଅର୍ବାନ ପ୍ଲାନିଂ ଓ ଇଂଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ପାଇଁ ସାହାଯ୍ୟ କରିବ ।

ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଇସ୍ରୋର ପ୍ରମୁଖ କେ. ଶିବନ ଏହି ସଫଳତାରେ ଖୁସି ହେବାସହ ସମସ୍ତ ଟିମଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, “ମୋତେ ଖୁସିଲାଗୁଛି ଯେ, ପିଏସଏଲଭି-ସି୪୭ ରେ କାରଟୋସ୍ୟାଟ-୩ ଅନ୍ୟ ୧୩ ଟି ଆମେରିକୀୟ ବ୍ୟାବସାୟିକ ଉପଗ୍ରହ କକ୍ଷ୍ୟପଥରେ ସଫଳତାର ସହ ସ୍ଥାପିତ ହୋଇଛି ।” ସେ ଏହା ମଧ୍ୟ କହିଛନ୍ତି, କାରଟୋସ୍ୟାଟ-୩ ହାଇ ରିଜୋଲ୍ୟୁସନଵାଲା ଉପଗ୍ରହ । ଏହା ସହ କହିଲେ ଯେ, ଆଗକୁ ମାର୍ଚ୍ଚ ପର୍ଯ୍ୟନ୍ତ ୧୩ ମହାକାଶ ମିଶନ ଅଛି । ଯେଉଁଥିରେ ୬ ବଡ଼ ମିଶନ ଓ ୭ ସ୍ୟାଟେଲାଇଟ ମିଶନ ସାମିଲ ।

Leave A Reply

Your email address will not be published.