Latest Odisha News

BREAKING NEWS

ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ ଠାକରେ; ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଆସନ୍ତା କାଲି ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଆଜି ସକାଳେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ରାଜଭବନରେ ଉଦ୍ଧବ ଏବଂ ତାଙ୍କ ପତ୍ନୀ ଭେଟିଥିଲେ । ଶିବସେନା-ଏନସିପି ଓ କଂଗେସ ଦଳର ଏକ ମିଳିତ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଶପଥ ଗ୍ରହଣ କରିବେ ।

ଆଜି ସକାଳ ୮ଟା ସମୟରେ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଧାନସଭାର କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର ସମସ୍ତ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥପାଠ କରାଇଥିଲେ ।

ସବୁଠାରୁ ବଡ଼କଥା ହେଲା ଆଜି ବିଧାନସଭାରେ ସମସ୍ତେ ଅଜିତ ପାୱାରଙ୍କୁ ଅପେକ୍ଷା କରିଥିଲେ । ଅଜିତ ପାୱାର ବିଧାନସଭା ଗୃହ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ଶରଦ ପାୱାରଙ୍କ ଝିଅ ତଥା ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଅଜିତଙ୍କୁ ଗୋଡ଼ ଧରି ପ୍ରଣାମ କରିବା ସହିତ ବଡ଼ଭାଇଙ୍କୁ ଆଲିଙ୍ଗନ କରିଥିଲେ । ସୁପ୍ରିଆ ଆନନ୍ଦିତ ହୋଇ ହସୁଥିବା ବେଳେ ଅଜିତ ମଧ୍ୟ ଏନସିପିକୁ ଫେରିଆସିଥିବାର ତାଙ୍କ ଈଶାରାରୁ ଜଣାପଡୁଥିଲା । ଅଜିତଙ୍କୁ ସମସ୍ତ ଏନସିପି ବିଧାୟକମାନେ ଗୃହମଧ୍ୟକୁ ପାଛୋଟି ନେଇଥିବାର ଦେଖାଯାଇଥିଲା ।

Leave A Reply

Your email address will not be published.