ଭୁବନେଶ୍ୱର: ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର l ବିଧାନସଭାରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ସୁଜିତ କୁମାର l ଗତ ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ସୁଜିତ କୁମାର l
ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ ହେବାକୁ ଥିବାବେଳେ ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ। ଏହାର କିଛି ସମୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଏବଂ ଇସ୍ତଫା ଦେବାର ଘଣ୍ଟାଏ ପରେ ବିଜେପିରେ ସାମିଲ ହୋଇଥିଲେ।
ଆସନ୍ତା ଡିସେମ୍ବର ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡ଼ିଥିବା ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ଭାରତ ନିର୍ବାଚନ କମିସନ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। ଏଥିରେ ଓଡ଼ିଶାର ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ଡିସେମ୍ବର ୩ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୧ରେ ନାମାଙ୍କନ ଯାଞ୍ଚ ଓ ୧୩ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।
Comments are closed.