Latest Odisha News

BREAKING NEWS

କାନାଡାରୁ ଆସିଥିବା ଧମକପୂର୍ଣ୍ଣ ମେଲରେ ଓଡ଼ିଶା ଲିଙ୍କ ନାହିଁ: ସ୍ପଷ୍ଟ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର: ୩ ଦିନିଆ ପୋଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀ ପୂର୍ବରୁ ଓ ସମ୍ମିଳନୀ ସମୟରେ ଧମକପୂର୍ଣ୍ଣ ମେଲ ଆସିଥିଲା। ଲୋକସେବା ଭବନରେ ଗତମାସ ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ଯାଏଁ ଆୟୋଜିତ ସମ୍ମିଳନୀ ସମୟରେ ଏହି ଧମକପୂର୍ଣ୍ଣ ମେଲ୍‌ କାନାଡା ଓ  ଆମେରିକାରୁ ଆସିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

 

ନଭେମ୍ବର୨୯ ତାରିଖ ଦିନ  ପୋଲିସ ଡିଜି ସମ୍ମିଳନୀକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିଥିଲେ। ଏହି ସମ୍ମିଳନୀର ଦ୍ବିତୀୟ ଦିନ ଓ ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେଇଥିଲେ। ‌ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌ଯାପନୀ ଦିବସରେ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ବଣ୍ଟନ କରିଥିଲେ। ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି କାରଣରୁ ବିପଦ ସୃଷ୍ଟି ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ।  ବିଶେଷକରି ସାମାଜିକ ଏବଂ ପାରିବାରିକ ସମ୍ପର୍କକୁ ବ୍ୟାହତ କରିବା ପାଇଁ  ଡିପ୍ ଫେକର ବ୍ୟବହାର ବୃଦ୍ଧି ହୋଇଛି। ଏଆଇ ଏବଂ ‘ଆକାଂକ୍ଷୀ ଭାରତ’କୁ ନେଇ ଦେଶର ଏଆଇ ଶକ୍ତିକୁ ଉପଯୋଗ କରି ସୁଯୋଗରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ପୋଲିସ ନେତୃତ୍ୱଙ୍କୁ ଆହ୍ୱାନ ଦେଇଥିଲେ।

Comments are closed.