Latest Odisha News

BREAKING NEWS

କିଛି ମିନିଟରେ ରସାୟନରୁ ପ୍ରସ୍ତୁତ ହେଉଛି କ୍ଷୀର, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ନକଲି କ୍ଷୀର ବ୍ୟବସାୟ କରୁଥିବା ଏକ ଠକଙ୍କୁ ଧରିଛି ପୋଲିସ। ନିକଟରେ ନକଲି କ୍ଷୀର ପ୍ରସ୍ତୁତ କରିବା ଅଭିଯୋଗରେ ପୋଲିସ ବ୍ୟବସାୟୀ ଅଜୟ ଅଗ୍ରୱାଲଙ୍କ ଗୋଦାମ ଉପରେ ଚଢଉ କରି ତାଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତ କିଛି ରାସାୟନିକ ପଦାର୍ଥ ମିଶାଇ ଫର୍ମୁଲା ପ୍ରସ୍ତୁତ କରୁଥିଲେ। ଯେଉଁଥିରୁ ନକଲି କ୍ଷୀର ପ୍ରସ୍ତୁତ କରାଯାଉଥିଲା। ଏକ ଲିଟର ରସାୟନରୁ ୫୦୦ ଲିଟର କ୍ଷୀର ପ୍ରସ୍ତୁତ ହୋଇପାରୁଥିଲା।

ଖାଦ୍ୟ ସୁରକ୍ଷା ବିଭାଗ ଟିମ୍ ଅଭିଯୁକ୍ତଙ୍କୁ ସାଙ୍ଗରେ ଧରି ଲ୍ୟାବରେ କିପରି ଏହି ବିଷାକ୍ତ ଫର୍ମୁଲା ପ୍ରସ୍ତୁତ କରାଯାଉଛି ତାର ଲାଇଭ୍ ଡେମୋ ଦେଖିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଲ୍ୟାବରେ ଉପସ୍ଥିତ ଥିବା ଅଧିକାରୀ ପାଣିରେ ଭର୍ତ୍ତି ବୋତଲରେ ଏକ ରାସାୟନିକ ପଦାର୍ଥ ଢାଳୁଛନ୍ତି ଏବଂ ଏହା ଧୀରେ ଧୀରେ କ୍ଷୀର ପରି ଦେଖାଯାଉଛି। ଏହି ରାସାୟନିକ ପଦାର୍ଥରେ କ୍ଷତିକାରକ ପଦାର୍ଥ ଯେପରିକି ସ୍କିଲ୍ଡ୍ ମିଲ୍କ, କଷ୍ଟିକ୍ ପୋଟାଶ୍, ହ୍ୱେ ପାଉଡର, ସର୍ବିଟୋଲ୍ ଏବଂ ସୋୟା ରିଫାଇଣ୍ଡ ଭଳି ଅନେକ ପଦାର୍ଥ ସାମିଲ ଥିଲା।

ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ଏହି ନେଟୱାର୍କ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହା ଏତେ ବିପଜ୍ଜନକ ଯେ ମାତ୍ର ଦୁଇ ମିନିଟରେ ଗୋଟିଏ ଲିଟର ନକଲି କ୍ଷୀର ପ୍ରସ୍ତୁତ ହୋଇପାରେ।

Leave A Reply

Your email address will not be published.