Latest Odisha News

ଅଜବ ଗଜବ ଗାଁ, ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆରେ ଏମିତି ବହୁତ ଗାଁ ଅଛନ୍ତି ଯାହା ନିଜ ଅଜବ ଗଜବ କାରଣ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି । କେହି ନିଜ ସୁନ୍ଦରତା ପାଇଁ ତ କେହି ସଫା ସୁତୁରା ପାଇଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଗାଁ ବିଷୟରେ କହିବାକୁ ଯାଉଛୁ, ସେହି ଗାଁଟି ସୁନ୍ଦର ହେବା ସହ ଅଜବ ଗଜବ କାରଣ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି । ଏହି ଗାଁମାନଙ୍କ ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଚୀନ ର ତିଆଞ୍ଚୁ ନାମକ ଗୋଟେ ଗାଁ ଅଛି ଯାହାକୁ କୁଙ୍ଗୁ ଫୁ ଭିଲେଜ କୁହାଯାଏ । ଏଠାର ଲୋକ ନିଜ କୌଶଳ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟନ୍ତି । ଏହି ଗାଁରେ ଏମିତି କେହି ନଥିବ ଯାହାକୁ କୁଙ୍ଗ ଫୁ ଆସୁନଥିବ । ଦୁନିଆ ସାରାରୁ ଲୋକ ଏଠି କୁଙ୍ଗୁ ଫୁ ଶିଖିବା ପାଇଁ ଆସନ୍ତି ।

ନେପାଲ ର ହୋକସେ ଗାଁ ଯାହାକୁ ଗୋଟେ କିଡନି ଗାଁ ବୋଲି ମଧ୍ୟ କୁହାଯାଏ । ଏଠାରେ ପ୍ରାୟତଃ ଲୋକ ଗୋଟେ କିଡନି ଦ୍ଵାରା ବଞ୍ଚିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଏଠାକାର ଲୋକ ନିଜର ଗୋଟେ ଗୋଟେ କିଡନି ବାହାର କରି ବିକ୍ରି କରି ଦିଅନ୍ତି ।

ଇଟାଲୀ ନିଜ ସୁନ୍ଦରତା ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ । ଏଠାରେ ଏପରି ଏକା ଗାଁ ଅଛି ଯାହା ମିଲାନ ଶହର ଗଭୀର ଘାଟି ତଳେ ଅବସ୍ଥିତ । ଏହି ଗାଁର ନାଁ ବିଗାନେଲା । ଏହି ଗାଁ ଏତେ ତଳେ ଅଛିଯେ ଶୀତ ଦିନେ ସୂର୍ଯ୍ୟ କିରଣ ମଧ୍ୟ ସେଠାରେ ପହଞ୍ଚି ପାରେ ନାହିଁ । ତେବେ ଗାଁର କିଛି ଇଞ୍ଜିନିୟର ଓ ବାସ୍ତୁ କାରିଗର ମିଶି ଗୋଟେ ବଡ ଆଇନା ନିର୍ମାଣ କରିଥିଲେ ଯାହା ଦ୍ଵାରା ସୂର୍ଯ୍ୟ କିରଣ ପ୍ରତିଫଳିତ ହୋଇ ଗାଁରେ ଖରା ଆଲୋକ ପହଞ୍ଚିବ ଏବଂ ପୁରା ଗାଁକୁ ସୂର୍ଯ୍ୟ କିରଣ ମିଳିବ ।

ସ୍ପେନରେ ଯୁଜକାର ନାମକ ଗାଁ ଅଛି । ଏହି ଗାଁ ପୁର୍ଣ୍ଣ ଭାବରେ ନୀଳ ରଙ୍ଗର ଅଟେ । ଏଠାରେ ସ୍ଥିତ ସବୁ ଘର ନୀଳ ଅଟେ । କୁହାଯାଏ ଯେ ୨୦୧୧ରେ କୌଣସି ଫିଲ୍ମ ଶୁଟିଙ୍ଗ ପାଇଁ ଦୁଇ ଚାରୋଟି ଘର ନୀଳ ରଙ୍ଗ ଦିଆ ଯାଇଥିଲା କିନ୍ତୁ କିଛି ସମୟ ପରେ ଏଠାକାର ସମସ୍ତେ ତାଙ୍କର ଘରକୁ ନୀଳ ରଙ୍ଗ କରିଦେଇଥିଲେ ।

Leave A Reply

Your email address will not be published.