Latest Odisha News

ହିମାଳୟର ଶୀର୍ଷରେ ଭାରତୀୟ ସେନାର ସାହସିକତା,ବଞ୍ଚାଇଲେ ଭାଲୁ ଛୁଆ ଜୀବନ

ନୂଆଦିଲ୍ଲୀ: ଆମ ଭାରତୀୟ ସେନା କେବଳ ସୀମା ରକ୍ଷା କରେ ନାହିଁ ବରଂ ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରିଥାଏ। ସେନା ଅନେକ କଷ୍ଟଦାୟକ ଉଦ୍ଧାର କାର୍ଯ୍ୟ କରିଥାଏ | ଭାରତୀୟ ସେନାର ଏପରି ଏକ ଉଦ୍ଧାର କାର୍ଯ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଭାରତୀୟ ସୈନିକମାନେ ତୁଷାରପାତ ପର୍ବତକୁ ଯାଇ ଏକ ସୁନ୍ଦର ହିମାଳୟ ବ୍ରାଉନ୍ ଭାଲୁ ଛୁଆକୁ ଉଦ୍ଧାର କରିଛନ୍ତି |

ଖବରମୁତାବକ, ଭାଲୁର ମୁଣ୍ଡ ଏକ ଟିଣ ଡବାରେ ଅଟକି ରହିଥିଲା ​​| ଏହି କାରଣରୁ ସେ ବହୁତ ଭୟଭୀତ ହୋଇଯାଇଥିଲା ଏବଂ ଏପଟସେପଟକୁ ଦୌଡୁଥିଲା | ଯେତେବେଳେ ଭାଲୁଛୁଆକୁ ଭାରତୀୟ ସେନା ବଞ୍ଚାଇବାକୁ ଆସିଲେ ସେତେବେଳେ ବି ସେ ଧରା ଦେଉନଥିଲା । କିନ୍ତୁ ସୈନିକମୀନେ କୌଣସି ପ୍ରକାରେ ଭାଲୁକୁ ଧରିଥିଲେ। ସେଠାରେ ଟିଣ ଡବା ବାହାର କରିବାକୁ ପ୍ରୟାସ କରିଥିଲେ କିନ୍ତୁ ବିଫଳ ହୋଇଥିଲେ | ଏହା ପରେ ପାଞ୍ଚ ଛଅ ଜଣ ଯବାନ ସେହି ଭାଲୁକୁ ନିଜ କ୍ୟାମ୍ପକୁ ନେଇକି ଆସିଥିଲେ ଓ ସେଠାରେ ସେହି ଟିଣ ଡବାରୁ ଭାଲୁର ମୁଣ୍ଡକୁ ବାହାର କରିଥିଲେ |

ସେନା ଶେଷରେ ଭାଲୁକୁ ବରଫ ପାହାଡରେ ଛାଡିଦେଇଥିଲେ | କିନ୍ତୁ ଏହା ପୂର୍ବରୁ ଭାଲୁକୁ ଖାଇବାକୁ ଦେଇଥିଲେ ଓ ସେହି ଭାଲୁକୁ ‘ବାହାଦୁର’ ନାମ ଦେଇଛନ୍ତି।

ତେବେ ଘଟଣାର ପ୍ରକୃତ ଅବସ୍ଥାନ ଏପର୍ଯ୍ୟନ୍ତ ଜଣା ପଡିନାହିଁ।  ବାହାଦୁର ଅନେକ ଘଣ୍ଟା ପର୍ଯ୍ୟନ୍ତ ସୈନିକମାନଙ୍କ ପାଖରେ ରହିଥିଲା, ଲାଗୁଥିଲା ଯେପରି ସେ ଯବାନଙ୍କୁ ଭୟ କରୁନାହିଁ।

Leave A Reply

Your email address will not be published.