ହାଇଦ୍ରାବାଦ: ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଅଭିନେତା ଅଲୁ ଅର୍ଜୁନଙ୍କ ଫିଲ୍ମର ସ୍କ୍ରିନିଂ ସମୟରେ ହୋଇଥିବା ଦଳା ଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ପୁଅ ବର୍ତ୍ତମାନ ଭେଣ୍ଟିଲେଟରରେ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ୮ ବର୍ଷର ପୁଅର ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଶିଶୁର ଅବସ୍ଥା ଭଲ ନାହିଁ, ତାଙ୍କୁ ଏକ ଟ୍ୟୁବ୍ ମାଧ୍ୟମରେ ଖାଇବାକୁ ଦିଆଯାଉଛି। ସେହିପରି ଶୌଚ ପାଇଁ ମଧ୍ୟ ଟ୍ୟୁବ୍ ବ୍ୟବହାର କରାଯାଉଥିବା ନେଇ ହସ୍ପିଟାଲ ପକ୍ଷରୁ ଜଣାପଡିଛି।
ତେବେ ଏହି ଦୁର୍ଘଟଣା ପରେ ଅଲ୍ଲୁ ଅର୍ଜୁନ ଏବଂ ନିର୍ଦ୍ଦେଶକ ସୁକୁମାର ପୀଡିତାଙ୍କ ପରିବାରକୁ କ୍ଷମା ମାଗିଛନ୍ତି। ପୀଡିତାଙ୍କ ପରିବାରକୁ ଅଲ୍ଲୁ ଅର୍ଜୁନ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହି ଘଟଣା ପରେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ ମଧ୍ଯ କରିଥିଲା। ପରେ ତାଙ୍କୁ ଜାମିନ ମିଳିଥିଲା।
Comments are closed.