ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ବାହାଘର ନେଇ ଏକ ବଡ ଖୁଲାସା କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ତଥା ପୂର୍ବତନ ବ୍ୟାଡମିଂଟନ ଖେଳାଳି ମାଥିସ ବୋଏଙ୍କୁ ବିବାହ କରିବା ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ସେ କହିଛନ୍ତି, ୨୦୨୩ ଡିସେମ୍ବରରେ ଆମେ ବିବାହ କରିଥିଲୁ । ସମସ୍ତ କାଗଜପତ୍ର କାମ ସହ ଆମେ ବିଧିବଦ୍ଧ ଭାବେ ବିବାହ କରିଥିଲୁ ବୋଲି ତାପସୀ କହିଛନ୍ତି । ପରେ ଚଳିତ ବର୍ଷ ମାର୍ଚ୍ଚରେ ଆମେ ରୀତି ନୀତି ଅନୁସାରେ ବିବାହ କରିଥିଲୁ । ବ୍ୟକ୍ତିଗତ ଜୀବନକୁ ଆମେ ଲୋକଙ୍କ ସହ ଅନାବଶ୍ୟକ ଭାବେ ଶେୟାର କରିବାକୁ ଚାହୁଁ ନ ଥିଲୁ ।
ବ୍ୟକ୍ତିଗତ ଜୀବନ ମଧ୍ୟରେ ପ୍ରଫେଶନାଲ ଲାଇଫକୁ ସାମିଲ କରିବା ଜରୁରୀ ଭାବି ନ ଥିଲି । ୨୦୧୩ରୁ ମାଥିଏସଙ୍କୁ ମୁଁ ଜାଣିଛି । ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବୀଡ ହେବା ପରେ ଆମେ ବିବାହ କରିଥିଲୁ । ତାପସୀ ଓ ପୂର୍ବ ଅଲିମ୍ପିକ ପଦକ ବିଜେତା ମାଥିସଙ୍କ ବିବାହରେ କେବଳ ପରିବାର ଓ ନିକଟତର ଲୋକ ସାମିଲ ହୋଇଥିଲେ ।