ନୂଆଦିଲ୍ଲୀ: ପାଲେଷ୍ଟାଇନ ପ୍ରତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମର୍ଥନ ପୁଣି ଥରେ ଚର୍ଚ୍ଚାରେ। ପ୍ରିୟଙ୍କା ଗାନ୍ଧୀ ‘ପାଲେଷ୍ଟାଇନ’ ଲେଖାଥିବା ଏକ ବ୍ୟାଗ ଧରି ସଂସଦରେ ପହଞ୍ଚିଛନ୍ତି।
ଯେଉଁ ଚିତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟାଗ ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀ ପୁଣିଥରେ ପାଲେଷ୍ଟାଇନର ସମର୍ଥନ କରୁଥିବା ନଜର ଆସିଛନ୍ତି।
ଏହା ପ୍ରଥମ ଥର ନୁହେଁ ଯେ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି। ସେ ନିକଟରେ ଭାରତରେ ଥିବା ପାଲେଷ୍ଟାଇନ ରାଷ୍ଟ୍ରଦୂତ ଆବେଦ ଏଲ୍ରାଜେଜ ଆବୁ ଜାଜରଙ୍କୁ ଭେଟିଥିଲେ। ପାଲେଷ୍ଟାଇନ ରାଷ୍ଟ୍ରଦୂତ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟନାଡ ଲୋକସଭା ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ମଧ୍ଯ ଜଣାଇଥିଲେ।
ପାଲେଷ୍ଟାଇନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ ସମୟରେ ପ୍ରିୟଙ୍କା ଗାନ୍ଧୀ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପାଲେଷ୍ଟାଇନ ସହିତ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବୈଠକରେ ସେ ଗାଜାରେ ଚାଲିଥିବା ଇସ୍ରାଏଲର ସାମରିକ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ। ଏପରିକି ଏହି ଅଞ୍ଚଳରେ ଘଟିଥିବା ବିନାଶକୁ ନେଇ ମଧ୍ଯ ଦୁଃଖ ପ୍ରକାଶ କରିଥିଲେ।
Comments are closed.