Latest Odisha News

BREAKING NEWS

ବୃଦ୍ଧଙ୍କୁ ଅପେକ୍ଷା କରାଇ ହଟହଟା ଅଧିକାରୀ, ସିଇଓ ଦେଲେ ଛିଡା ହୋଇ କାମ କରିବାକୁ ନିର୍ଦ୍ଦେଶ

ନୋଏଡା: ନୋଏଡା ଅଥରିଟିରେ ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ଘର ସମ୍ପର୍କୀତ ଫାଇଲ ନେଇ ଅଧିକାରୀଙ୍କ ପାଖକୁ ଆସିଥିଲେ। ବାରମ୍ବାର ଦୌଡିଦୌଡି ନିରାଶ ହୋଇ ସେ ସୋମବାର ସିଇଓ ଲୋକେଶ ଏମଙ୍କ ଭେଟିଥିଲେ। ବୃଦ୍ଧ ଦମ୍ପତିଙ୍କଠୁ ସବୁ ଶୁଣିବା ପରେ ସିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଗୃହ ବିଭାଗର ଅଧିକାରୀମାନଙ୍କୁ ଏକ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶରେ ଗୃହ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଧ ଘଣ୍ଟା ଛିଡା ହୋଇ କାମ କରିବାକୁ କୁହାଯାଇଥିଲା। ସିଇଓଙ୍କ ଏହି ଆଦେଶ କର୍ତ୍ତୃପକ୍ଷଙ୍କ ଆଲୋଚନାର ବିଷୟ ପାଲଟିଛି। ଦଣ୍ଡ ପାଇବା ପରେ ଗୃହ ବିଭାଗର କର୍ମଚାରୀମାନେ କାର୍ଯ୍ୟ କରୁଥିଲେ କି ନାହିଁ ତାହା ମଧ୍ୟ ସିସିଟିଭି ମାଧ୍ୟମରେ ନଜର ରଖାଯାଇଥିଲା।

କୌଣସି ବ୍ରେକ୍ ନ ନେଇ ପ୍ରାୟ ଅଧ ଘଣ୍ଟା ଛିଡା ହେବାକୁ ସିଇଓ ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ସମାପ୍ତ ହେବା ପରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed.