ଭୁବନେଶ୍ବର: ବେଳେବେଳେ ଆମର ଆଖି ଡେଇଁଥାଏ । ଲୋକେ ବିଶ୍ବାସ କରନ୍ତି, ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁବା ଶୁଭ ହୋଇଥାଏ । କିନ୍ତୁ କାହିଁକି ଆଖି ଡେଇଁଥାଏ ଜାଣିଛନ୍ତି କି..
ଆଖି ଡେଇଁବା ସାମାନ୍ୟ କଥା କିନ୍ତୁ କିଛି ସମୟ ପାଇଁ ଅବା ଗୋଟିଏ / ଦୁଇ ଦିନ ପର୍ଯ୍ୟନ୍ତ ହୁଏ । କିନ୍ତୁ ଅଧିକ ଦିନ ପାଇଁ ଆଖି ଡେଇଁବା ଚିନ୍ତାଜନକ କଥା ।
ଶରୀରର କୌଣସି ଅଙ୍ଗରେ ମାଂସପେଶୀ ଟାଣିହେବା ସାଧାରଣ କଥା | ଯେତେବେଳେ ଆଖି ମାଂସପେଶୀ ସଂକୋଚନ ହୁଏ ସେତେବେଳେ ଆଖି ଡ଼େଇଁଥାଏ । ସେହିପରି ଆଖିର ଶୁଖିଲା ପଣ ଯୋଗୁଁ ଆଖି ଡେଇଁଥାଏ । ଏହା ବ୍ୟତୀତ ଆଖିରେ ଆଲର୍ଜି କିମ୍ବା ପାଣି ଗଡ଼ିବା ଯୋଗୁଁ ମଧ୍ୟ ଏପରି ହୋଇପାରେ । ନିଦ ପୂରା ହୋଇନଥିଲେ ମଧ୍ୟ ଆଖି ଡେଇଁଥାଏ । କମ୍ପ୍ୟୁଟର, ମୋବାଇଲ ଅଧିକ ସମୟ ଯାଏଁ ଚଲାଇଲେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥାଏ । ଥକ୍କାପଣ ଓ ଚିନ୍ତା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ ।
କୌଣସି କଥାକୁ ନେଇ ଚିନ୍ତିତ ଥିଲେ ମାନସିକ ଚିନ୍ତା ଫଳରେ ଆଖି ଡେଇଁବା ଆରମ୍ଭ ହୋଇପାରେ ।