ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ଜିତିବା ଦିନଠାରୁ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି l ଏବେ ତାଙ୍କର ଆଉ ଏକ ନିଷ୍ପତ୍ତି ଉଭୟ ଭାରତ ଏବଂ ଚୀନ୍ ପାଇଁ ଚିନ୍ତାର କାରଣ ହୋଇଛି। ଏକ କାର୍ଯ୍ୟକ୍ରମ ଯୋଗ ଦେଇ ଟ୍ରମ୍ପ ଭାରତକୁ ଚେତାବନୀ ଦେଇଛନ୍ତି l ଟ୍ରମ୍ପ କହିଛନ୍ତି ଯେ ଆମ ସାମଗ୍ରୀ ଉପରେ ଯେତିକି ଶୁଳ୍କ ଲାଗୁବ ସେମାନଙ୍କ ସାମଗ୍ରୀ ଉପରେ ମଧ୍ୟ ସମାନ ଶୁଳ୍କ ଲାଗୁ ହେବ l
ଟ୍ରମ୍ପ କହିଛନ୍ତି, ଯଦି ସେମାନେ ଆମ ସାମଗ୍ରୀ ଉପରେ ଟ୍ୟାକ୍ସ ଲଗାନ୍ତି, ଆମେ ମଧ୍ୟ ସେମାନଙ୍କ ସାମଗ୍ରୀ ଉପରେ ସମାନ ଟ୍ୟାକ୍ସ ଲାଗୁ କରିବୁ l ଚୀନ୍ ସହିତ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତି ଉପରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଏହା ପରେ ସେ କହିଛନ୍ତି ଯେ କେତେକ ଆମେରିକୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶ ମଧ୍ୟରେ ଭାରତ ଏବଂ ବ୍ରାଜିଲ ଅଛନ୍ତି। ଆଜିଠାରୁ, ଯିଏ ଆମଠାରୁ ଶୁଳ୍କ ନେବା ଆମେ ମଧ୍ୟ ସେମାନଙ୍କ ଠାରୁ ସେତିକି ମାତ୍ରାରେ ଶୁଳ୍କ ଆଣିବୁ l
ନିକଟରେ ଟ୍ରମ୍ପ ଘୋଷଣା କରିଥିଲେ ଯେ, ସେ ଜାନୁଆରୀରେ କାର୍ଯ୍ୟଭାର ଗ୍ରହଣ କରିବାର ପୂର୍ବରୁ ଏପରି ନିର୍ଦ୍ଦେଶାନାମାରେ ହସ୍ତାକ୍ଷର କରିବେ ଯେଉଁଥିରେ ମେକ୍ସିକୋ ଏବଂ କାନାଡାରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ 25 ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଯେପର୍ଯ୍ୟନ୍ତ ସେମାନେ ନିଜ ଦେଶରୁ ଆମେରିକାରେ ବେଆଇନ ପ୍ରବାସୀ ତଥା ଡ୍ରଗ୍ସ, ବିଶେଷକରି ଫେଣ୍ଟାନିଲ୍ ପ୍ରବାହକୁ ବନ୍ଦ ନକରନ୍ତି ସେ ପର୍ଯ୍ୟନ୍ତ ଏପରି ଅବସ୍ଥା ରହିବ l ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ଯଦି ଫେଣ୍ଟାନିଲ ଔଷଧକୁ ଆମେରିକା ଆସିବାକୁ ବନ୍ଦ କରିବାକୁ ଚୀନ୍ ନିର୍ଣ୍ଣାୟକ ପଦକ୍ଷେପ ନ ନିଏ, ତେବେ ସେ ଚୀନ୍ରୁ ଆସୁଥିବା ସାମଗ୍ରୀ ଉପରେ ବର୍ତ୍ତମାନ ଅପେକ୍ଷା ଅଧିକ 10 ପ୍ରତିଶତ ଶୁଳ୍କ ଲାଗୁ କରିବେ।
Comments are closed.