ମୁମ୍ୱାଇ: ଆମେ ରାସ୍ତାରେ ଅନେକ ସମୟ ରେ ଭିକାରି ମାନଙ୍କୁ ଭିକ ମାଗୁଥିବା ର ଦେଖିବାକୁ ପାଇଥାଉ l ଯେଉଁ ମାନଙ୍କର ମାଗିବା ଶୈଳୀ ଏଭଳି ହୋଇଥାଏ ଯେ ଯାହାଙ୍କୁ ଦେଖି ମନରେ ଦୟା ଆସିଥାଏ l ସେହିଭଳି ଜଣେ ଭିକାରି ହେଉଛନ୍ତି ଭାରତ ଜୈନ l ଯାହାଙ୍କ ବ୍ୟାଙ୍କ ବାଲାନ୍ସ ତାଙ୍କର ପରିଚୟ ଦେଇଥାଏ ଯେ ସେ ଜଣେ ଧନୀ ଭିକାରୀ ବୋଲି l ମୁମ୍ବାଇ ର ଛତ୍ରପତି ଶିବାଜୀ ଟର୍ମିନାଲ ଓ ଆଜାଦ ମୈଦାନ ରେ ଭିକ ମାଗୁଥିବା ଭାରତ ଜୈନ ଦୁନିଆର ସବୁଠୁ ଧନୀ ଭିକାରି ଅଟନ୍ତି l ଭାରତ କେବଳ ଭିକ୍ଷା ବୃତ୍ତି କରି ଏବେ ୭.୫ କୋଟି ଟଙ୍କାର ସମ୍ପତ୍ତି ଓ ୧.୫ କୋଟି ଟଙ୍କାର ଦୁଇଟି ଫ୍ଲାଟର ମାଲିକ। ତାଙ୍କ ନିକଟରେ ଏକ ବଡ଼ ଦୋକନ ମଧ୍ୟ ରହିଛି। ଏତେ କୋଟିର ମାଲିକ ହେବା ପରେ ମଧ୍ୟ ସେ ତାଙ୍କର ଭିକ୍ଷା ବୃତ୍ତି ଛାଡ଼ି ନାହାଁନ୍ତି।
ଭାରତ ଜୈନଙ୍କ ପାଖରେ ମୁମ୍ବାଇରେ ୧.୫ କୋଟି ମୂଲ୍ୟର ୨ ବିଏଚକେ ଫ୍ଲାଟ ରହିଛି ଓ ଥାଣେରେ ତାଙ୍କର ଦୁଇଟି ଦୋକାନ ରହିଛି, ଯାହାର ଭଡା ୩୦୦୦୦ ଟଙ୍କା ପ୍ରତି ମାସ ରହିଛି। ଜୈନ କଥିତ ଭାବରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ରେଲଓ୍ବେ ଷ୍ଟେସନ୍(ସିଏସଏମଟି) ବା ଆଜାଦ ମୈଦାନ ଭଳି ପ୍ରମୁଖ ସ୍ଥାନରେ ଭିକ ମାଗନ୍ତି। ଏତେ ଧନୀ ବ୍ୟକ୍ତି ହେବାପରେ ମଧ୍ୟ ଜୈନ ମୁମ୍ବାଇର ସଡକରେ ଭିକ ମାଗନ୍ତି। ଯେଉଁଠି ଘଣ୍ଟା ଘଣ୍ଟା କାମ କରି ଲୋକ ୫୦୦ ଟଙ୍କା ରୋଜଗାର କରିବାକୁ ସଂଘର୍ଷ କରନ୍ତି, ସେଠାରେ ଭାରତ ଜୈନ ଭିକ ମାଗି ଦିନକୁ ୨ ହଜାରରୁ ୨୫୦୦ ଟଙ୍କା ରୋଜଗାର କରନ୍ତି । କୋଟିପତି ହେବା ପରେ ମଧ୍ୟ ଭିକ ମାଗିବା ଜାରି ରଖିଛନ୍ତି ଭାରତ ।
ଏକ ସାକ୍ଷାତକାରରେ ଭାରତ କହିଛନ୍ତି, ‘ମୋତେ ଭିକ୍ଷା ବୃତ୍ତି କରିବାକୁ ଭଲ ଲାଗେ। ମୁଁ ଏହାକୁ ଛାଡ଼ିବାକୁ ଚାହୁଁନାହିଁ’। ସେ ଆହୁରି କହିଛନ୍ତି, ମୋତେ ମନ୍ଦିରକୁ ଦାନ କରିବାକୁ ଭଲ ଲାଗେ। ମୁଁ ଲୋଭୀ ନୁହେଁ। ଭାରତ ଜୈନ ଦୈନିକ ୧୨ ଘଣ୍ଟା ଭିକ୍ଷା ବୃତ୍ତି କରିଥାନ୍ତି। ବିଗତ ୪୦ ବର୍ଷ ଧରି ସେ ଏପରି ଭିକ୍ଷା ବୃତ୍ତି କରୁଛନ୍ତି। ଭାରତ ଜୈନ ନିଜ ପରିବାର ସହ ରୁହନ୍ତି । ତାଙ୍କର ଜଣେ ପତ୍ନୀ, ଦୁଇ ପିଲା, ବିପା ଓ ଭାଇ ଅଛନ୍ତି। ତାଙ୍କର ଦୁଇ ପିଲା ଏକ ପ୍ରତିଷ୍ଠିତ ସ୍କୁଲରେ ପଢ଼ିଛନ୍ତି। ଏବେ ସେମାନଙ୍କର ପାଠପଢ଼ା ଶେଷ ହୋଇଛି। ସେମାନେ ଏବେ ବାପାଙ୍କ ଦୋକାନ ସମ୍ଭାଳୁଛନ୍ତି। ଭାରତଙ୍କ ପରିବାର ଭିକ୍ଷା ବୃତ୍ତିକୁ ବିରୋଧ କରିଆସୁଛନ୍ତି, ହେଲେ ତାଙ୍କର କହିବା କଥା ହେଲା ଭିକ୍ଷା ବୃତ୍ତି କରିବା ଦ୍ୱାରା ତାଙ୍କୁ ଖୁସି ମିଳିଥାଏ। ତାଙ୍କର ଏପରି କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅନେକେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଜଣେ କେବଳ ଭିକ୍ଷା ବୃତ୍ତି କରି କେମିତି ଏତେ ସମ୍ପତ୍ତିର ମାଲିକ ହୋଇପାରିଲା।