ନୂଆଦିଲ୍ଲୀ: ରିଲ୍ସ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଯୁବପିଢି। ଜଣେ ବ୍ୟକ୍ତି ହାଇ ସ୍ପିଡ୍ ଟ୍ରେନ ଉପରେ ଠିଆ ହୋଇ ରିଲ୍ସ ବନାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ବ୍ୟକ୍ତି ଜଣକ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଚଳନ୍ତା ଟ୍ରେନ ଉପରେ ଚଢିଥିବା ନଜର ଆସିଛନ୍ତି ଯାହାଦ୍ବାରା ତାଙ୍କ ଜୀବନ ମଧ୍ଯ ଯାଇପାରିଥାନ୍ତା। ବ୍ୟକ୍ତି ଜଣକ ଗୋଟେ ହାତରେ କ୍ୟାମେରା ଧରି ଅନ୍ୟ ହାତରେ ଦ୍ରୁତ ଗତିରେ ଚାଲୁଥିବା ଟ୍ରେନର ଏକ କୋଣକୁ ଧରିଛନ୍ତି। ଟ୍ରେନଟି ଦ୍ରୁତ ଗତିରେ ଚାଲୁଥିଲେ ମଧ୍ଯ ସେ ରିଲ୍ସ ବନାଇବାରେ ବ୍ୟସ୍ତ ଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଲୋକମାନେ ଏହି ଘଟଣାରେ ରେଳ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି।
ଏହି ଭିଡିଓଟି ରାହୁଲ ଗୁପ୍ତା ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି। ଯାହାକୁ ଏପର୍ଯ୍ୟନ୍ତ ୧୭.୭ ମିଲିୟନରୁ ଅଧିକ ଥର ଦେଖାଯାଇଥିବାବେଳେ ୫ ଲକ୍ଷ ୫୭ ହଜାରରୁ ଅଧିକ ଲାଇକ ମିଳିସାରିଛି। ତେବେ ୟୁଜର୍ସ ଏହାକୁ ନାପସନ୍ଦ କରିଥିବା ବେଳେ ଭିନ୍ନଭିନ୍ନ କମେଣ୍ଟ ମଧ୍ଯ ଦେଇଛନ୍ତି।
Comments are closed.