Latest Odisha News

BREAKING NEWS

ମୁମ୍ବାଇ ଲୋକାଲ୍ ଟ୍ରେନରେ ଉଲଗ୍ନ ହୋଇ ଚଢିଲେ ଯୁବକ, ଭିଡିଓ ଭାଇରାଲ

ମୁମ୍ବାଇ: ମଧ୍ଯ ରେଳବାଇର ଏସି ଲୋକାଲ ଟ୍ରେନର ଲେଡିଜ୍ କୋଚରେ ହଠାତ୍ ପଶିଯାଇଥିଲେ ଜଣେ ଉଲଗ୍ନ ବ୍ଯକ୍ତି। କମ୍ପାର୍ଟମେଣ୍ଟରେ ଉଲଗ୍ନ ପୁରୁଷକୁ ଦେଖି ମହିଳାମାନେ ପାଟି କରିବା ଆରମ୍ଭ କରିଦେଇଥିଲେ। ଚିତ୍କାର ଶୁଣି ପରବର୍ତ୍ତୀ ବଗିରେ ଉପସ୍ଥିତ ଥିବା ଟିସି ଆସିଥିଲେ। ଟିସି ଉକ୍ତ ବ୍ୟକ୍ତିଙ୍କୁ ପରବର୍ତ୍ତୀ ଷ୍ଟେସନରେ ଟ୍ରେନରୁ ଓହ୍ଲାଇ ଦେଇଥିଲା।

ସୋମବାର ଅପରାହ୍ନରେ ଏହି ଘଟଣା ଘଟିଥିବା ଜଣାପଡିଛି। ଏହି ଟ୍ରେନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସରୁ କଲ୍ୟାଣ ଅଭିମୁଖେ ଯାଉଥିଲା। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଟ୍ରେନ ଘାଟକୋପର ଷ୍ଟେସନରେ ରହଣି ସମୟରେ ଉଲଗ୍ନ ବ୍ୟକ୍ତି ଜଣକ କମ୍ପାର୍ଟମେଣ୍ଟରେ ଚଢିଥିବା ଅଭିଯୋଗ ହୋଇଥିଲା। ତେବେ ଏହା ଥିଲା ଲେଡିଜ୍ କମ୍ପାର୍ଟମେଣ୍ଟ୍। ମହିଳାମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ। ଟ୍ରେନରୁ ଓହ୍ଲାଇବାକୁ ପାଟି କରିବା ସତ୍ତ୍ବେ ବ୍ୟକ୍ତି ଜଣକ ବାହାରିନଥିଲେ।

ଚିତ୍କାର ଶୁଣି ମୋଟରମ୍ୟାନ୍ ଟ୍ରେନ୍ ଅଟକାଇ ଥିଲେ। କିଛି ଯାତ୍ରୀ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଘାଟକୋପର ପରି ବ୍ୟସ୍ତବହୁଳ ଷ୍ଟେସନରେ ଏଭଳି ଘଟଣାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ରେଲୱେ ଅଧିକାରୀ କହିଛନ୍ତି ଯେ ଏହି ବ୍ୟକ୍ତି ଜଣକ ମାନସିକ ଭାବେ ଅସୁସ୍ଥ ଥିଲେ ଏବଂ ଭୁଲରେ ଟ୍ରେନରେ ଚଢିଯାଇଥିଲେ। ଅପରପକ୍ଷରେ ଜିଆରପି ତାଙ୍କୁ ସଙ୍ଗେ ସଙ୍ଗେ ଧରିବା ସହ ପୋଷାକ ପିନ୍ଧାଇ ଷ୍ଟେସନ ବାହାରେ ଛାଡିଦେଇଥିବା ଜଣାପଡିଛି।

 

Comments are closed.