Latest Odisha News

BREAKING NEWS

ସରିଲା ହ୍ୟାସଟାଗର ଯୁଗ; ବ୍ୟବହାର ନ କରିବାକୁ ଅପିଲ୍‌ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ବ୍ୟବହାର କରିବା ସମୟରେ କିଛି ପୋଷ୍ଟ ସହିତ ହ୍ୟାସଟାଗ୍‌ (#) #blessed କିମ୍ବା #Retirement ଆଦିର ବ୍ୟବହାର କରୁଛନ୍ତି ଯଦି ଏବେ ଏହାର ଆଉ ଆବଶ୍ୟକତା ନାହିଁ । ଏବେ ଆପଣଙ୍କୁ ଏହି ଷ୍ଟାଟେର୍ଜିରେ ପରିବର୍ତ୍ତନ କରିବାକୁ ପଡିବ । ଆଜ୍ଞା ହଁ ଖୋଦ ‘ଏକ୍ସ’ ର ମୁଖ୍ୟ ଏଲନ ମସ୍କ ୟୁଜରଙ୍କୁ ଏହା କହିଛନ୍ତି । ସେ ହ୍ୟାସଟାଗ୍‌କୁ ‘ଅସୁନ୍ଦର’ କହିଛନ୍ତି । ଏବେ ପୋଷ୍ଟ ରେ ଏହାର ବ୍ୟବହାରର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଏହା ସହ ଏହାକୁ ବନ୍ଦ କରିବାକୁ ୟୁଜରମାନଙ୍କୁ କହିଛନ୍ତି ।

ମସ୍କ ଙ୍କର ଏହି ମନ୍ତବ୍ୟ ଦର୍ଶାଉଛି ଯେ, ହ୍ୟାସଟ୍ୟାଗ, ଯାହା ଦିନେ ଡିଜିଟାଲ୍ ସର୍ଚ୍ଚର ଶକ୍ତିଶାଳୀ ଟୁଲ୍ ଥିଲା, ସୋସିଆଲ୍ ମିଡିଆରେ ନିଜରର ପ୍ରାସଙ୍ଗିକତା ହରାଇଛି । ୟୁଜରଙ୍କୁ ଟ୍ରେଣ୍ଡିଂ ପ୍ରସଙ୍ଗ ଖୋଜିବାରେ ଏବଂ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ସହିତ ଜଡିତ ହେବାରେ ବହୁଳ ବ୍ୟବହାର ହେଉଥିଲା । ବହୁ ସାହାଯ୍ୟ କରୁଥିବା ହ୍ୟାସଟ୍ୟାଗ୍ ଏବେ ଇଣ୍ଟରନେଟ୍ ଯୁଗର ଅତୀତ ହୋଇ ରହିଯିବ ।

କୁହାଯାଉଛି ଯେ ଏହି ପରିବର୍ତ୍ତନ ‘ଏକ୍ସ’ ର ୟୁଜରଙ୍କ ଅଭିଜ୍ଞତା ଏବଂ ଆଲଗୋରିଦମକୁ ସଂଗଠିତ କରିବାରେ ମଧ୍ୟ ସାହାଯ୍ୟ କରିବ । ‘ଏକ୍ସ’ ର ସିଷ୍ଟମ୍ ବର୍ତ୍ତମାନ ଏତେ ଉନ୍ନତ ହୋଇଛି ଯେ, ଏହା ୟୁଜରଙ୍କୁ ନିଜ ପୋଷ୍ଟରେ ଏକାଧିକ ହ୍ୟାସଟାଗ୍‌ ଲଗାଇବାର ଆବଶ୍ୟକତା ନାହିଁ । ହ୍ୟାସଟ୍ୟାଗ୍ ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଘଟଣା ସହିତ ଜଡିତ କଣ୍ଟେଣ୍ଟ ସାମ୍ନାକୁ ଆସିପାରେ । ଏହା ବ୍ରେକିଙ୍ଗ୍ ନ୍ୟୁଜ୍, ଭାଇରାଲ୍ ଟ୍ରେଣ୍ଡ କିମ୍ବା ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ହେଉ, ଏକ୍ସ’ ର ଆଲଗୋରିଦମ ଏହାକୁ ଖୋଜିପାଇବାରେ ସକ୍ଷମ ହେବ ।

ଯେହେତୁ ପ୍ଲାଟଫର୍ମଗୁଡିକ ଅଧିକ ଉନ୍ନତ ହେଉଛି, ସିଇଓ ଏଲନ ମସ୍କ ଏହି ପ୍ଲାଟଫର୍ମକୁ ନୂଆ ରୂପରେଖ ଦେବା ଲାଗି ଚେଷ୍ଟା କରୁଛନ୍ତି । ଏହାର ସିଷ୍ଟମକୁ ମଧ୍ୟ ସମୟାନୁସାରେ ଅପଡେଟ କରୁଛନ୍ତି । ଯଦି ଆପଣ ଟ୍ରେଣ୍ଡରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ହ୍ୟାସଟାଗ୍‌ କୁ ଏବେ ବାଏ ବାଏ କରନ୍ତୁ ଏବଂ ଭଲ କଣ୍ଟେଣ୍ଟ ଉପରେ ଗୁରୁତ୍ବ ଦିଅନ୍ତୁ ।

Leave A Reply

Your email address will not be published.