Latest Odisha News

BREAKING NEWS

ରାଜନୀତିରେ ‘ଆମ୍ବେଦକର’: କେତେ ପ୍ରଭାବିତ ହେବ ଦିଲ୍ଲୀ ନିର୍ବାଚନ?

ନୂଆଦିଲ୍ଲୀ: ଏବେ ଉଠୁଛି ପଡୁଛି ଦିଲ୍ଲୀ । ସମ୍ବିଧାନ ଜନକ ଆମ୍ବେଦକରଙ୍କୁ ନେଇ ତେଜିଛି ରାଜନୀତି । କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି ଶାସକ ବିରୋଧୀ । କଂଗ୍ରେସ କହୁଛି ବିଜେପି ଆମ୍ବେଦକରଙ୍କୁ ଅପମାନିତ କରିଛି । ଆଉ ବିଜେପି କହୁଛି କଂଗ୍ରେସ ପୂର୍ବରୁ ହିଁ ଆମ୍ବେଦକରଙ୍କୁ ଅପମାନିତ କରିଥିବା ବେଳେ ଏବେ ମିଛ ପ୍ରହସନ କରୁଛି । ଯାହାକୁ ନେଇ ଏବେ ଦିଲ୍ଲୀ ରାଜନୀତି ଉଷ୍ମତା ବଢିଥିବା ବେଳେ ଏବେ ମୁଣ୍ଡ ଉପରେ ଦିଲ୍ଳୀ ନିର୍ବାଚନ ।

ଦିଲ୍ଲୀ ନିର୍ବାଚନ ଉପରେ ଆମ୍ବେଦକରଙ୍କୁ ନେଇ ରାଜନୀତି କେତେ ପ୍ରଭାବ ପକାଇବ? ଯାହାକୁ ନେଇ ଚର୍ଚ୍ଚା କାହା ସପକ୍ଷରେ ଯିବ ଦିଲ୍ଲୀ ନିର୍ବାଚନ ? ତେବେ ଏବେ ସଂସଦର ଏହି ସମ୍ବିଧାନ ବିତର୍କ ରାଜଧାନୀ ରାଜନୀତିକୁ ଏକ ନୂଆ ମୁଦ୍ଦା ଦେଇଛି । ଦିଲ୍ଲୀ ମିଦାନର ମୁଖ୍ୟ ଦଳ ଆପ୍, କଂଗ୍ରେସ ଏବଂ ବିଜେପି ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଏବେ ପରସ୍ପର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ପରସ୍ପରକୁ ଦୋଷ ଦେଇ ନିଜ ନିଜର ଆଣ୍ଟିନା ସିଧା କରୁଥିବା ବେଳେ ଏବେ ଏହା ଦିଲ୍ଲୀ ଭୋଟରଙ୍କ ଉପରେ ବଡ ପ୍ରଭାବ ପକାଇପାରେ । ବିଶେଷ କରି ଦିଲ୍ଲୀର ୭୦ରୁ ସିଟ ମଧ୍ୟରେ ରହିଥିବା ୧୨ ଅନୁସୂଚିତ ଜାତି ସଂରକ୍ଷିତ ସିଟ୍ ।

ଯାହାର ଫାଇଦା ବିଜେପି ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏଥିରେ କଣ୍ଟା ସାଜୁଛନ୍ତି କଂଗ୍ରେସ ଏବଂ ଆପ୍ । କାରଣ ଆମ୍ବେଦକର ଦଳିତଙ୍କର ଏକ ବଡ ସମର୍ଥକ ଥିଲେ । ଦଳିତମାନଙ୍କ ଆମ୍ବେଦକର ଏକ ପୂଜ୍ୟ ବ୍ୟକ୍ତିତ୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ଅନୁସୂଚିତ ଜାତି ଏବଂ ସମ୍ପ୍ରଦାୟ ପାଇଁ ସଶକ୍ତିକରଣ ଏବଂ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ଭାବେ ଆମ୍ବେଦକରଙ୍କୁ ମଣାଯାଏ ।

ଗତ ୨୬ ବର୍ଷ ହେବ ଦିଲ୍ଲୀ ଗଣିତ ସୁଝାଉଛି ବିଜେପି । ପ୍ରଥମେ କଂଗ୍ରେସ ସହ ଆଉ ଏବେ ଆମ ଆଦମୀ ପାର୍ଟି ସହ । ତା ଉପରେ ପୁଣି ଏବେ ଆମ୍ବେଦକର ପ୍ରସଙ୍ଗ ବିଜେପିକୁ ବେଶୀ ଅଡୁଆରେ ପକାଇଛି । ତେଣୁ ଏହାକୁ ନେଇ ବିଜେପି ସବୁ ପ୍ରକାର ଚେଷ୍ଟା ଜାରି ରଖିଛି । ଆଉ ପ୍ରତି ଜବାବରେ ବିରୋଧୀଙ୍କୁ ମଧ୍ୟ କଡା ଉତ୍ତର ଦେଉଛି । ବିରୋଧୀ କେବେ ହେଲେ ବି ଆମ୍ବେଦକରଙ୍କ ଐତିହ୍ୟକୁ ସମ୍ମାନ ଦେଇନାହାନ୍ତି ବୋଲି ଦାବି କରିଆସୁଛି ବିଜେପି ।

ଅନ୍ୟପକ୍ଷରେ କଂଗ୍ରେସ ଏବଂ ଆପ୍ ମଧ୍ୟ ଆମ୍ବେଦକର ପ୍ରସଙ୍ଗକୁ ବିଜେପି ବିରୋଧରେ ଜୋରଧାର ବ୍ୟବହାର କରୁଛନ୍ତି । ଆମ୍ବେଦକରଙ୍କୁ ଅପମାନିତ କରି ଦଳିତଙ୍କ ଭାବାବେଗ ସହ ବିଜେପି ଖେଳୁଛି ବୋଲି ଅଭିଯୋଗ କରୁଛି ଏବଂ ନିଜକୁ ଦଳିତଙ୍କ ସମର୍ଥକ ବୋଲି ପ୍ରତିପାଦିତ କରୁଛନ୍ତି । ଯାହାକୁ ଉକ୍ତ ୧୨ ସିଟରେ ଏକ ଗୁରୁତ୍ବପୂର୍ଣ୍ଣ ବିଜୟ ଅସ୍ତ୍ର ଭାବରେ ବ୍ୟବହାର କରୁଛି ଇଣ୍ଡି ମେଣ୍ଟ ।

ତେବେ ଦିଲ୍ଳୀ ଭୋଟରଙ୍କ ମଧ୍ୟରେ ଦଳିତଙ୍କ ସଂଖ୍ୟା ପ୍ରାୟ ଏକ ଷଷ୍ଠାଂଶ ହୋଇଥିବାରୁ ଏହି ସମ୍ପ୍ରଦାୟ ଦିଲ୍ଲୀ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆଉ ଆମ୍ବେଦକର ସମସ୍ତ ଦଳିତ ସମ୍ପ୍ରଦାୟ ପାଇଁ ପ୍ରେରଣାର ଉତ୍ସ ବୋଲି ମାନନ୍ତି । ତେଣୁ ଏବେ ରାଜନୀତି ଆମ୍ବେଦକର ଦିଲ୍ଲୀ ନିର୍ବାଚନରେ ବଡ ଟ୍ବିଷ୍ଟ ଆଣିପାରେ ।ତେବେ ଯଦି ଗତ ନିର୍ବାଚନ ଦେଖିବା ତାହେଲେ, ଆପ୍ ଏବଂ କଂଗ୍ରେସ ଦଳିତଙ୍କ ୧୨ ସିଟ୍ ପାଇଁ ହିଁ ସରକାରଙ୍କୁ ଆସିଛନ୍ତି । ଯାହା ଏବେ ଦିଲ୍ଲୀ ନିର୍ବାଚନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି ।

 

Leave A Reply

Your email address will not be published.