ଭୁବନେଶ୍ୱର: ଭାରତୀୟ ସଂସ୍କୃତିରେ ଶାଢ଼ୀର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। କୌଣସ ବି ପ୍ରକାର ପାର୍ଟି, କାର୍ଯ୍ୟକ୍ରମ, ପର୍ବପର୍ବାଣୀ ଓ ପୂଜାପାଠରେ ମହିଳା ହୁଅନ୍ତୁ ଅବା ଝିଆମାନେ ସମସ୍ତେ ଶାଢ଼ୀ ପିନ୍ଧିବା ପାଇଁ ପସନ୍ଦ କରନ୍ତି। କେବଳ ଭାରତରେ ସୀମିତ ନୁହେଁ ଶାଢ଼ୀର ଜଲୱା, ପୂରା ବିଶ୍ୱରେ ଏବେ ଶାଢ଼ୀ ପିନ୍ଧିବାର ଟ୍ରେଣ୍ଡ ଚାଲିଛି। ବିଦେଶୀ ଲୋକମାନେ ମଧ୍ୟ ଭାରତର ସଂସ୍କୃତି ଆଉ ପରମ୍ପରାକୁ ଆପଣାଉଥିବା ଦେଖିବାକୁ ମିଳୁଛି। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏକ ଭୟଙ୍କର ରିପୋର୍ଟ ସାମ୍ନାକୁ ଆସିଛି l ଶାଢ଼ୀ ପିନ୍ଧିଲେ ହେଉଛି କ୍ୟାନ୍ସର ଭଳି ମାରାତ୍ମକ ରୋଗ l ଆଂଜ୍ଞା ହଁ ଶାଢ଼ୀ ପିନ୍ଧିବା ଦ୍ୱାରା ହେଉଛି କ୍ୟାନ୍ସର ହେଉଛି ।
ଶାଢ଼ୀ ପିନ୍ଧିବାର ଶୈଳୀ ଯୋଗୁଁ କ୍ୟାନସର ହେବାର ଭୟ ରହିଛି। ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏପରି ଶୈଳୀରେ ଶାଢ଼ୀ ପିନ୍ଧିଲେ ପେଟିକୋଟ କ୍ୟାନ୍ସର ହେବାର ଅନେକ ଆଶଙ୍କା ଥାଏ। ପେଟିକୋଟ ପିନ୍ଧିବା ସମୟରେ ଯେଉଁମାନେ ଏହାକୁ ଜୋରରେ ବାନ୍ଧୁଛନ୍ତି ତାଙ୍କ ପାଇଁ କ୍ୟାନସର ରୋଗର ଆଶଙ୍କା ରହିଛି। ଜୋରରେ ପେଟିକୋଟରେ ଗଣ୍ଠି ପକାଇଲେ ଚର୍ମ ସହ ଘଷି ହୋଇ କ୍ଷତ ସୃଷ୍ଟି ହୋଇଥାଏ, ଆଉ ଏହା ଆଗାମୀ ସମୟରେ କ୍ୟାନସର ମୁଖକୁ ଟାଣିନିଏ।ସୂଚନା ଅନୁସାରେ ଏହି ପ୍ରରକାର କ୍ୟାନସର ଭାରତୀୟ ମହିଳାଙ୍କ ଠାରେ ତୀବ୍ର ଗତିରେ ବଢ଼ୁଥିବା ଦେଖିବାକୁ ମିଳୁଛି। ବିହାର ଓ ଝାଡ଼ଖଣ୍ଡର ମହିଳାମାନେ ଏହାର ଅଧିକ ଶିକାର ହେଉଥିବାର ଖବର ରହିଛି।
କେବଳ ଏତିକି ନୁହେଁ ପୁରୁଷମାନେ ମଧ୍ୟ ଜିନ୍ସ ପରି ଟାଇଟ ପୋଷାକ ପିନ୍ଧିବା ଯୋଗୁଁ ଟେଷ୍ଟିକଲ କ୍ୟାନସର ରୋଗରେ ପୀଡ଼ିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଚିପା ପୋଷାକ ପିନ୍ଧିବା ଦ୍ୱାରା ଚର୍ମ ଉପରେ ଚା ସୃଷ୍ଟି ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ କ୍ୟାନସରରରେ ପରିଣତ ହୋଇଥାଏ।ବିଶେଷଜ୍ଞଙ୍କ କହିବାନୁଯାୟୀ, ହାଲୁକା ଏବଂ ଢିଲା କପଡା ପିନ୍ଧିବା ଆବଶ୍ୟକ । ଶାଢୀ କିମ୍ବା ସାଲୱାର ପିନ୍ଧିବା ବେଳେ ଡୋରକୁ ଢିଲା ଭାବେ ବାନ୍ଧନ୍ତୁ । ଏଥିସହ ଆପଣଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ଉପରେ ଧ୍ୟାନ ଦେବା ଆବଶ୍ୟକ । ପ୍ରତିଦିନ କିଛି ନା କିଛି ବ୍ୟାୟାମ କରିବା ଆବଶ୍ୟକ ।