Latest Odisha News

BREAKING NEWS

ଜମିରେ ଗଞ୍ଜେଇ ଚାଷ କରି ବନ୍ଧାହେଲେ ସ୍କୁଲ ପିଅନ

ମାଲକାନଗିରି: ଜମିରେ ଗଞ୍ଜେଇ ଚାଷ କରି ବନ୍ଧା ହେଲେ ସ୍କୁଲ ପିଅନ । ଏଭଳି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପାପୁଲୁର ପଞ୍ଚାୟତରୁ । କମଳାପୁର ପ୍ରାଥମିକ ବିଦ୍ୟାଳୟର ପିଅନ ଖଗେଶ୍ୱର ଖରା ନିଜ ଗାଁ ପାଖ ଜଙ୍ଗଲରେ ବେଆଇନ ଭାବରେ ଗଞ୍ଜେଇ ଚାଷ କରୁଥିବାର ଖବର ପୋଲିସ ବିଶେଷ ସୂତ୍ରରୁ ପାଇ ଚଢାଉ କରିଥିଲା ।

ପୋଲିସର ଏକ ଟିମ୍ କମଳପୁରରୁ ଅଭିଯୁକ୍ତ ସ୍କୁଲ ପିଅନ ଖଗେଶ୍ୱର ଖରାଙ୍କୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରା ଯାଇଥିବାର ଜଣା ପଡିଛି । ଏଥିସହିତ ସେ ଦୁଇ ଏକର ଚାଷ ଜମିରେ ଚାଷ କରିଥିବା ୨ ହଜାର ଗଞ୍ଜେଇ ଗଛକୁ କାଟି ନଷ୍ଟ କରି ଦିଆଯାଇଛି ।

ପୋଲିସ ଏ ସମ୍ପର୍କରେ କାଲିମେଳା ଥାନାରେ ଏକ ମାମଲା ରୁଜୁ କରିବା ସହ ବେଆଇନ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରାଯିବ ବୋଲି ସୂଚନା ଦେଇଛନ୍ତି କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ।

Leave A Reply

Your email address will not be published.