Latest Odisha News

BREAKING NEWS

ବନ୍ୟା, ବାତ୍ୟା ମୁକାବିଲା ହେବ ଆହୁରି ସହଜ: ଲାଗିବ ୩ ନୂଆ ଡପଲର ରାଡାର

ଭୁବନେଶ୍ବର: ବନ୍ୟା, ବାତ୍ୟା, ବର୍ଷା ସବୁ କିଛିର ପୂର୍ବରନୁମାନ କରିବାରେ ସାହାର୍ଯ୍ୟ କରୁଥିବା ଡପଲର ରାଡାର ଏବେ ରାଜଧାନୀ ଭୁବନେଶ୍ବରରେ ଲାଗିବ । ଖାଲି ଭୁବନେଶ୍ବର ନୁହେଁ ଖୁବ୍ ଶୀଘ୍ର ଏହା ବାଲେଶ୍ବର ଏବଂ ସମ୍ବଲପୁରରେ ମଧ୍ୟ ଲାଗିବ । ରାଜ୍ୟରେ ଆହୁରି ୩ ଡପଲର ରାଡାର ଲାଗିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରାଜ ପୂଜାରୀ ଏବଂ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ଭାରତୀୟ ପାଣିପାଗ ବିଭାଗକୁ ପୂରିବାକୁ ଯାଉଛି ୧୫୦ ବର୍ଷ । ଏହି ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର ସଭାରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟ ତଥା ଦେଶରେ ଆଇଏମଡି ଏବଂ ଆଞ୍ଚଳିକ ପାଣିପାଗ ବିଭାଗ ଦ୍ବାରା ବିଭିନ୍ନ ବିପର୍ଯ୍ୟୟର ପୂର୍ବାନୁମାନ କରାଯାଇ ସଫଳ ମୁକାବିଲା କରାଯାଉଛି । ଏବେ ଓଡିଶାରେ ଦୁଇଟି ଡପଲର ରାଡାର ରହିଛି । ପାରାଦୀପ, ଗୋପାଳପୁରରେ ଡପଲର ରାଡାର ଲାଗିଥିବା ଖୁବ୍‌ ଶୀଘ୍ର ଭୁବନେଶ୍ବର, ବାଲେଶ୍ବର, ସମ୍ବଲପୁରରେ ଲାଗିବ । ଏହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଆହୁରି ସଠିକ ହେବ । ଏବେ ଦେଶରେ ୭୩ଟି ରାଡାର ରହିଛି । ୨୦୨୬ ସୁଦ୍ଧା ଏହାକୁ ୧୨୬ କରିବାକୁ ଲକ୍ଷ୍ୟ ରାଖାଯାଇଛି ।

Leave A Reply

Your email address will not be published.