ରାୟପୁର: ମହତାରୀ ବନ୍ଦନ ଯୋଜନା ୨୦୨୪ରେ ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିବାହିତ ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇବା ।
ଛତିଶଗଡର ବସ୍ତର ଜିଲ୍ଲାରେ କେବଳ ଜଣେ କଂଗ୍ରେସ ନେତାଙ୍କ ପରିବାରର ତିନିଜଣ ମହିଳା ନୁହଁନ୍ତି, ବଲିଉଡ ଅଭିନେତ୍ରୀ ତଥା ପର୍ଣ୍ଣ ଷ୍ଟାର ସନ୍ନି ଲିଓନି ମଧ୍ୟ ମହତାରୀ ବନ୍ଦନ ଯୋଜନାର ଲାଭ ଉଠାଉଛନ୍ତି । ସନ୍ନି ଲିଓନ ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ସେ ନିଶ୍ଚୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ତା’ହେଲେ ତାଙ୍କୁ ‘ମହତରୀ ବନ୍ଦନ ଯୋଜନା’ରୁ ମାସକୁ ୧୦୦୦ ଟଙ୍କା ନେବାକୁ ପଡିବ କାହିଁକି? ଏଭଳି ଆଶ୍ଚର୍ଯ୍ୟଜନକ ଖବର ବସ୍ତରରୁ ଆସିଛି ।
ତେବେ ଏପରି ଖବର ସାମ୍ନାକୁ ଆସିବା ପରେ ଜଣେ ଆର୍ଟିଓ କର୍ମଚାରୀ ଏହାର ଖୁଲାସା କରିଛନ୍ତି । ତେବେ ଏହାର ଲାଭ ଉଠାଇବା ପାଇଁ ଜଣେ ବ୍ୟକ୍ତି ସନ୍ନି ଲିଓନଙ୍କ ନାଁରେ ଏକ ଆକାଉଣ୍ଟ ଖୋଲିଥିଲେ । ଏଥିରେ ତାଙ୍କ ସ୍ୱାମୀଙ୍କ ନାମ ଜନ୍ ସିନା ରଖିଥିଲେ । ଏହିପରି ଅଭିଯୁକ୍ତ ପ୍ରତି ମାସରେ ୧୦୦୦ ଟଙ୍କା ପାଇବା ଆରମ୍ଭ କରିଥିଲେ ।ଏବେ ପୋଲିସ ତାଙ୍କ ଆକାଉଣ୍ଟକୁ ସିଜ୍ କରିଛି ।
ପୋଲିସ ଅଭିଯୁକ୍ତ ବିରେନ୍ଦ୍ର ଯୋଶୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବସ୍ତର କଲେକ୍ଟର ହରିସ୍ ଏସ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀମାନଙ୍କୁ ମହତାରି ବନ୍ଦନ ଯୋଜନାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏପରି ଘଟଣା ନୂଆ ନୁହଁ ପୂର୍ବରୁ ମଧ୍ୟ ସନ୍ନି ଲିଓନଙ୍କ ନାମରେ ଆଧାର କାର୍ଡ ମଧ୍ୟ ସାମ୍ନାକୁ ଆସିଥିଲା ।