ଭୁବନେଶ୍ବର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଜଣେ ମହିଳା ନିଜ ପାଇଁ ଟିକେ ସମୟ ବାହାର କରିବା ବହୁତ କଷ୍ଟକର ହୋଇପଡିଥାଏ । ଘର, ପରିବାର ଓ ଅଫିସ୍ କାମରେ ଏତେ ବ୍ୟସ୍ତ ହୋଇଯାଏ ଯେ ନିଜକୁ ଭୁଲି ଯାଇଥାଏ । ନିଜର ସ୍ୱାସ୍ଥ୍ୟ ପ୍ରତି ବି ଯତ୍ନ ନେଇନଥାଏ । ସେଥି ମଧ୍ୟରେ ନିଜକୁ ଫିଟ୍ ରଖିବାକୁ ଜିମ୍ ଯିବା ମୁଖ୍ୟତଃ ସମ୍ଭବପର ହୋଇନଥାଏ । କିନ୍ତୁ ଫିଟ୍ ରହିବାକୁ ମହିଳାମାନେ ଏପରି କିଛି ଏକ୍ସର୍ସାଇଜ୍ ନିଜର ନିତିଦିନ ଜୀବନଶୈଳୀରେ ସାମିଲ୍ କରିପାରିବେ । ଏଥିପାଇଁ କୌଣସି ଜିମ୍ ଯିବାକୁ ପଡିବ ନାହିଁ । ଘରେ ରହି ଆପଣ ଏକ ସୁସ୍ଥକର ଜୀବନଯାପନ ଆପଣାଇ ପାରିବେ ।
-ମହିଳାମାନେ ନାଚ ମାଧ୍ୟମରେ ନିଜର ଓଜନ କମ୍ କରିପାରିବେ । ଏଥିପାଇଁ କୋଉଠିକୁ ଯିବାକୁ ପଡିବ ନାହିଁ । ମସ୍ତି ମସ୍ତିରେ ନିଜ ଘରେ ନିଜ ପସନ୍ଦର ଡାନ୍ସ କରିପାରିବେ । ଡାନ୍ସ ଦ୍ୱାରା ଆମ ଶରୀର ସମସ୍ତ ଅଂଶ ଆକ୍ଟିଭ୍ ହୋଇଯାଏ । ଏହା ଏକ ପ୍ରକାର ଏକ୍ସର୍ସାଇଜ୍ ସହ ସମତୁଲ୍ୟ ।
-ଚାଲିଲେ କିମ୍ବା ଦୌଡିଲେ ଆମ ଶରୀରର କ୍ୟାଲେରୀ ବର୍ନ୍ ହୋଇଥାଏ । ତେଣୁ ଆମ ନିତିଦିନିଆ କାର୍ଯ୍ୟଶୈଳୀରେ ଏହା ସାମିଲ୍ କରିବା ଉଚିତ୍ । ମହିଳାମାନେ ନିଜ ଘର ପାଖ ପାର୍କରେ ପ୍ରତିଦିନ ସକାଳୁ ଚାଲିବା ଅଭ୍ୟାସ କରନ୍ତୁ । ଯଦି ସକାଳେ ସମୟ ହୋଉନାହିଁ ତ ରାତିରେ ଖାଇବା ପରେ ଚାଲନ୍ତୁ । ଜରୁରୀ ନୁହେଁ ୧ଘଣ୍ଟା ଚାଲିବାକୁ ସମୟ ବାହାର କରିବା । ଦୈନିକ ଆପଣ ୨୦-୩୦ମିନିଟ୍ ଚାଲିଲେ ଶରାର ପାଇଁ ଯଥେଷ୍ଟ ।
-ଯଦି ଆପଣ ବାହାରକୁ ଚାଲିବାକୁ ଯାଇ ପାରୁ ନାହାନ୍ତି ତେବେ ବେଷ୍ଟ ଉପାୟ ହେଉଛି ସ୍କିପିଙ୍ଗ୍ । ଏହା ଦ୍ୱାରା ସଂପୂର୍ଣ୍ଣ ଶରୀରର ଏକ୍ସର୍ସାଇଜ୍ ହୋଇଯାଏ । ଏହା କରିବା ଦ୍ୱାରା ଶୀଘ୍ର ଶରୀର ଓଜନ ହ୍ରାସ ପାଇଥାଏ । ଯାହା ଦ୍ୱାରା ଆପଣ ନିଜକୁ ଫିଟ୍ ରଖି ପାରିବେ । ନିଜର ରୁମ୍ କିମ୍ବା ଘରର ଛାତରେ କରି ପାରନ୍ତି ।
– ନିରୋଗ ସ୍ୱାସ୍ଥ୍ୟ ପାଇଁ ପ୍ରାଚୀନ କାଳରୁ ଯୋଗ ହେଉଛି ଏକ ପ୍ରକାର ରାମବାଣ । ଏବେ ସାରା ବିଶ୍ୱ ଫିଟ୍ ରହିବା ପାଇଁ ଯୋଗକୁ ଆପଣାଇ ସାରିଛନ୍ତି । ମହିଳାମାନେ ମଧ୍ୟ ନିଜ ଘରେ କିଛି କିଛି ଯୋଗାସାନ ଅଭ୍ୟାସ କରିପାରିବେ । ଯୋଗ ଦ୍ୱାରା ଶରୀରରେ ଭଲ ପ୍ରଭାବ ପଡିଥାଏ । ଏହାସହ ପାଚନ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
Comments are closed.