ରାମେଶ୍ବରମ୍: ଅନେକ ସମୟରେ ସେ ମଲ୍ ର ଟ୍ରାଏଲ ରୁମ୍ ହେଉ କୌଣସି ସ୍ଥାନର ଚେଞ୍ଜିଂ ରୁମ୍ ସେଠାରେ ସିକ୍ରେଟ କ୍ୟାମେରା ଲଗାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଆଉ ଏହି ଘଟଣାରେ ଅନେକ ଗିରପ ମଧ୍ୟ ହୋଇଥିବାର ନଜିର ରହିଛି । ଏହା ସତ୍ତ୍ବେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ତାମିଲନାଡୁ ରାମେଶ୍ବରମରେ ।
ଖବର ମୁତାବକ, ରାମେଶ୍ବରମର ଅଗ୍ନିତୀର୍ଥମ ବିଚ୍ ରେ । ଏହା ହେଉଛି ରାମେଶ୍ବରମରେ ଥିବା ରାମନାଥ ସ୍ବାମୀ ମନ୍ଦିରର ନିକଟତମ ବିଚ୍ । ଏଠାକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ରାମେଶ୍ବରମଙ୍କର ଦର୍ଶନ ପାଇଁ ଆସିଥାନ୍ତି । ଶ୍ରଦ୍ଧାଳୁମାନେ ଏଠାରେ ସ୍ନାନ କରିବା ପରେ ବିଚରେ ଥିବା ପ୍ରାଇଭେଟ ଡ୍ରେସ ଚେଞ୍ଜିଂ ରୁମକୁ ଯାଇ ପୋଷାକ ପିନ୍ଧନ୍ତି ।
ସବୁଦିନ ପରି ସୋମବାର ମଧ୍ୟ ଏଠାରେ ଶ୍ରଦ୍ଧାଳୁ ମାନେ ଡ୍ରେସ ଚେଞ୍ଜିଂ ରୁମ୍ କୁ ଯାଇଥିଲେ । ହେଲେ ଜଣେ ମହିଳା ଡ୍ରେସ ଚେଞ୍ଜ କରିବାକୁ ଯାଇଥିବା ବେଳେ ସିକ୍ରେଟ କ୍ୟାମେରା ଦେଖିବାକୁ ପାଇଥିଲେ । ଏହା ଜାଣିବା ପରେ ସେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।
ଏହି ଖବର ପୋଲିସ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ବୁଥର ମାମଲିକ ରାଜେଶଙ୍କୁ ଗିରଫ କରିଥିଲା । ଏଥିରେ ସାମିଲ ଥିବା ଅନ୍ୟ ଜଣେ ବ୍ୟକ୍ତିକୁ ମଧ୍ୟ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି ।