Latest Odisha News

BREAKING NEWS

୫୫୦ କେଜି ଚକୋଲେଟରେ ପ୍ରସ୍ତୁତ ହେଲା ସାଣ୍ଟା କ୍ଲଜ୍

ପୁରୀ: ଖ୍ରୀଷ୍ଟମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ଵର ସର୍ବବୃହତ ବାଲୁକା କଳା । ନୂଆ ବିଶ୍ଵ ରେକର୍ଡ ପାଇଁ ପ୍ରଚେଷ୍ଟା କରି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଏହି ଚକୋଲେଟ୍ ଇନଷ୍ଟାଲେସନ୍ ସାଣ୍ଟା କ୍ଲଜ୍ କୃତିଟିକୁ ପ୍ରସ୍ତୁତ କରିଛନ୍ତି । ଯାହା ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାରେ ନିର୍ମିତ ହୋଇଛି । ଏହି କୃତି ଟି ନୂଆ ବିଶ୍ଵ ରେକର୍ଡ ପାଇଁ ପ୍ରସ୍ତୁତ ହୋଇଛି ।

୧୬ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ଏହି ବାଲୁକା କଳାରେ ପ୍ରାୟ ୫୫୦ କେଜି ଚକୋଲେଟ୍ ଇନଷ୍ଟଲ ହୋଇଛି । ଚକୋଲେଟ୍ ବ୍ୟବହାର କରି ହୋଇଥିବା କଳା ଟି ବେଶ ଆକର୍ଷଣୀୟ ହୋଇଥିବା ବେଳେ ସ୍ଥାନୀୟ ଓ ପର୍ଯ୍ୟଟକ ମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । ଏହି କଳା ଟି ମାଧ୍ୟମରେ ସାରା ବିଶ୍ୱକୁ ଖୁସିର ବାର୍ତ୍ତା ଦେବାକୁ ଚାହିଁଥିବା କହିଛନ୍ତି ସୁଦର୍ଶନ ।

ସାଣ୍ଟା କ୍ଲଜ୍ ପ୍ରତିମୂର୍ତ୍ତିଟିରେ ବ୍ୟବହୃତ ଚକୋଲେଟ୍ ଗୁଡ଼ିକୁ ପରେ ପିଲାଙ୍କ ଭିତରେ ବଣ୍ଟା ଯିବ କହିଛନ୍ତି ସୁଦର୍ଶନ । ତେବେ ସାଣ୍ଡ ଆର୍ଟ ବା ବାଲୁକା କଳାଟି କୁ ପ୍ରସ୍ତୁତ କରିବାକୁ ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁସନ୍ ର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଲାଗିଥିବା ବେଳେ ସକାଳ ୯ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୮ ଘଣ୍ଟା ପରିଶ୍ରମ କରି ଏହାକୁ ଶେଷ କରିଥିବା କହିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.