Latest Odisha News

କ’ଣ ଏହି ‘ଓ୍ବାନ୍ କ୍ୟାବିନ୍ ବ୍ୟାଗ୍’ ନିୟମ? ବିମାନରେ ପୁଣି ଯାତ୍ରା କରିବା ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ବଡ ସୂଚନା । ବିମାନରେ ହ୍ୟାଣ୍ଡ ବ୍ୟାଗ ନିୟମକୁ ନେଇ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଏବଂ ବିମାନ ଯାତ୍ରାକୁ ଆହୁରି ସହଜ କରିବା ପାଇଁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି (BCAS) ବିମାନରେ ହ୍ୟାଣ୍ଡ ଲଗେଜ୍ ଉପରେ ନୂତନ କଟକଣା ଜାରି କରିଛି । ଏବେ, ଯାତ୍ରୀମାନେ ଘରୋଇ କିମ୍ବା ଅନ୍ତର୍ଜାତୀୟ ବିମାନରେ ଯାତ୍ରା କରିବା ସମୟରେ କେବଳ ଗୋଟିଏ ହ୍ୟାଣ୍ଡବ୍ୟାଗ୍ କିମ୍ବା କ୍ୟାବିନ୍ ବ୍ୟାଗ୍ ଆଣିପାରିବେ।

ବିମାନ ଯାତ୍ରା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ବିସିଏଏସ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା ସିଆଇଏସଏଫ ନୂତନ ହ୍ୟାଣ୍ଡ ଲଗେଜ୍ ନିୟମ ପ୍ରଣୟନ କରିଛି ।

କ’ଣ ଏହି ନୂଆ କ୍ୟାବିନ୍ ହ୍ୟାଣ୍ଡ ବ୍ୟାଗ୍ ନିୟମ?

  • କ୍ୟାବିନ୍ ହ୍ୟାଣ୍ଡ ବ୍ୟାଗର ନିୟମ ଅନୁଯାୟୀ, ବିମାନରେ ଯାତ୍ରା ସମୟରେ କେବଳ ଗୋଟିଏ ହ୍ୟାଣ୍ଡ ବ୍ୟାଗ୍ ଯାଇପାରିବ । ଯାହାର ଓଜନ ୭ କେଜି ଭିତରେ ହୋଇଥିବ । ଇକୋନୋମି କିମ୍ବା ହାୟର ଇକୋନୋମିରେ ଯାତ୍ରୀମାନଙ୍କ ପାଇଁ କେବଳ ୭ କେଜି ବ୍ୟାଗ୍ ନେବା ପାଇଁ ଅନୁମତି ଦିଆଯାଇଥିବା ବେଳେ ଫାଷ୍ଟ୍ କିମ୍ବା ବିଜନେସ୍ କ୍ଲାସ ପାଇଁ ୧୦ କେଜି ପର୍ଯ୍ୟନ୍ତ ହ୍ୟାଣ୍ଡ ଲଗେଜ୍ ନେଇପାରିବେ । ଏଥିସହିତ ସମସ୍ତ ଅତିରିକ୍ତ ଲଗେଜ୍ ଯାଞ୍ଚ କରିବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
  • ଏଥିସହିତ ହ୍ୟାଣ୍ଡବ୍ୟାଗର ଉଚ୍ଚତାରେ ୫୫ ସେମି (୨୧.୬ ଇଞ୍ଚ), ଲମ୍ବରେ ୪୦ ସେମି (୧୫.୭ ଇଞ୍ଚ) ଏବଂ ପ୍ରସ୍ଥରେ ୨୦ ସେମି (୭.୮ ଇଞ୍ଚ) ଉପରକୁ ଯାଇପାରିବ ନାହିଁ ।
  • ତେବେ ଆସନ୍ତା ମେ’ ୪ ପୂର୍ବରୁ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।
  • ଇଣ୍ଡିଗୋ ଯାତ୍ରୀମାନେ କ୍ୟାବିନ୍ ବ୍ୟାଗ ସାଙ୍ଗରେ ନିଜର କିଛି ଗୋଟିଏ ବ୍ୟକ୍ତିଗତ ଜିନିଷ ନେଇପାରିବେ ।
Leave A Reply

Your email address will not be published.