Latest Odisha News

BREAKING NEWS

ଆଫଗାନିସ୍ତାନର ପାଲଟା ଆକ୍ରମଣ, ପାକିସ୍ତାନ ଥରହର

ନୂଆଦିଲ୍ଲୀ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଲଢେଇ । ପାକିସ୍ତାନ ଏୟାର ଷ୍ଟ୍ରାଇକର ଜବାବ ଦେଇଛି ଆଫଗାନିସ୍ତାନ ଆର୍ମି । ଆଉ ତାଲିବାନର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ବଡ଼ କ୍ଷତି ହୋଇଛି । ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ଲଢ଼େଇ ହୋଇଛି । ତାଲିବାନର ଆକ୍ରମଣରେ ପାକିସ୍ତାନର ୧୯ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତାଲିବାନ ସେନା ଆକ୍ରମଣ କରିଥିବା ନେଇ ଆଫଗାନିସ୍ତାନ ମିଡିଆ ସୂଚନା ଦେଇଛି ।

କିଛି ଦିନ ପୂର୍ବରୁ ଆଫଗାନିସ୍ତାନ ସୀମାରେ ଏୟାର ଷ୍ଟ୍ରାଇକ କରିଥିଲା ପାକିସ୍ତାନ ସେନା । ପକ୍ତିଆ ଅଞ୍ଚଳରେ ପାକ୍ ସେନା କରିଥିବା ଆକ୍ରମଣରେ ଆଫଗାନିସ୍ତାନର ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଜାହାର ଜବାବ ଦେବା ପାଇଁ ଚେତାବନୀ ଦେଇଥିଲା ତାଲିବାନ । ଫଳସୁରୂପ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ । ଆଫଗାନିସ୍ତାନର ପୂର୍ବ ଖୋସ୍ତ ଏବଂ ପକ୍ତିକା ଅଞ୍ଚଳରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଆଫଗାନିସ୍ତାନ ସେନାର ଆକ୍ରମଣରେ ପାକିସ୍ତାନର ୧୯ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରୁଛି କାବୁଲ । ସେହିଭଳି ପାକିସ୍ତାନର ମୋଟାର ମାଡ଼ରେ ଆଫଗାନିସ୍ତାନର ୩ ଜଣ ସାଧାରଣନାଗରିଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ସୀମାକୁ ଲାଗି ରହିଥିବା ଅଞ୍ଚଳକୁ ଟାର୍ଗେଟ କରିଥିଲା ଆଫଗାନିସ୍ତାନ । ଏଥିରେ ତାଲିବାନ ସଫଳ ହୋଇଥିବା କାବୁଲ ପକ୍ଷରୁ କୁହାଯାଇଛି ।

କିଛି ଦିନ ପୂର୍ବରୁ ପକ୍ତିକା ପ୍ରଦେଶର ବରମାଲରେ ଭୟଙ୍କର ଆକ୍ରମଣ କରିଥିଲା ପାକିସ୍ତାନ । ଏଥିରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ଉଭୟ ଦେଶର ସୀମାରେ ଅଶାନ୍ତି ଲାଗି ରହିଛି । ତେହରିକ ତାଲିବାନ ପାକିସ୍ତାନ ବା ଟିଟିପି, ଅନେକ ସମୟରେ ସୀମାନ୍ତରେ ହିଂସା ଆପଣାଇବା ସହ ଆକ୍ରମଣ କରୁଥିବା ଅଭିଯୋଗ କରି ଆସୁଛି ପାକିସ୍ତାନ । ଏଥି ପାଇଁ ଏବେ ପାକ୍ ସେନାର ଟାର୍ଗେଟରେ ରହିଛି ଟିଟିପି । ଆଫଗାନିସ୍ତାନ କହି ଆସୁଛି, ପାକିସ୍ତାନ ଆତଙ୍କବାଦୀର ଚରାଭୁଇଁ ପାଲଟିଛି । ପାକ୍ ସରକାର ଓ ସେଠାକାର ସେନା…ଯେଉଁ ଆତଙ୍କବାଦୀ ପାଳି ପୋଶି ବଡ଼ କରୁଛନ୍ତି, ସେମାନେ ପାକିସ୍ତାନ ପାଇଁ ବିପଦ ସୃଷ୍ଟି କରୁଛନ୍ତି ।

Comments are closed.