Latest Odisha News

ମଦ ବୋତଲ ପିଛା ବଢିବ ୧୦ ଟଙ୍କା!

ଭୁବନେଶ୍ବର: ବଢିବ ମଦ ଦର । ମଦ ଦର ବୋତଲ ବୃଦ୍ଧି ହେବା ନେଇ ସୂଚନା ଦେଇଚନ୍ତି ଅବକାରୀ ମନ୍ତ୍ରୀ । ବିୟର ବୋତଲ ଓ କେନ୍ ପିଛା ୧୦ ଟଙ୍କା ବଢିବ । ନୂଆବର୍ଷରୁ ଏହି ରେଟ ବଢିବ । ମଦରୁ କିଛି ଅଧିକା ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ କିଛି ଏମିତିକି ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ବିଦେଶୀ ମଦ ଅପେକ୍ଷା ବିୟର ଓ କେନର ଚାହିଦା ବଢୁଥିବା ବେଳେ ମଦ ନିଗମ ପାଖରେ ୯ ଲକ୍ଷ ବିୟର ପେଟି ରହିଛି । ରେଟ ବଢିଲେ ଏଥିରୁ ପାଖାପାଖି ସରକାର ୯୦ କୋଟି ଟଙ୍କା ସରକାର ପାଇବେ ।

ତେବେ ସେପ୍ଟେମ୍ବର ମାସରେ ବିୟର ଦର ୧୦ ଟଙ୍କା ବଢିଥିଲା । ତେବେ ଏବେ ପୁଣି ପ୍ରାଇସ୍ ଫିକ୍ସେସନ କମିଟିର ମିଟିଙ୍ଗରେ ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ସରକାର ଖୁବ୍ ଶୀଘ୍ର ବିଚାର କରିବେ ।

ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ମଦ ଦର ବଢିବ କି ନବଢିବ ଏହାକୁ ନେଇ ରିପୋର୍ଟ ଅସ୍ତଗତ ହୋଇଛି । ମଦ ଦର ବୃଦ୍ଧି ନେଇ ପ୍ରାଇସ ଫିକ୍ସେସନ୍ କମିଟି ରିପୋର୍ଟ ଆସିଥିବା ବେଳେ ଏହା ଉପରେ ସରକାର ନିଷ୍ପତ୍ତି ନେବେ । ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ଫିକ୍ସେସନ୍ କମିଟି ନିଷ୍ପତ୍ତି ଏହାର ନିଷ୍ପତ୍ତି ନେଇଥାଏ । ୩ଦିନ ତଳେ ଏହି କମିଟି ବସିଥିବା ବେଳେ ମଦ ଦର ବୃଦ୍ଧି ନେଇ ନିଷ୍ପତ୍ତି ଆସିଛି । ଏହା ଉପରେ ରାଜ୍ୟ ସରକାର ବିଚାର କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Comments are closed.