Latest Odisha News

BREAKING NEWS

ମହିଳାଙ୍କ ପାଇଁ କଠୋର ତାଲିବାନୀ, ଝରକାରୁ ଦେଖିବା ମନା

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ମହିଳାଙ୍କ ଅଧିକାର ଏକପ୍ରକାର ଶେଷ ହୋଇଯାଇଛି। ସେମାନଙ୍କର ଶିକ୍ଷା, କର୍ମ କ୍ଷେତ୍ର, ପୋଷାକ ଠାରୁ ଆରମ୍ଭ କରି ବଜାରକୁ ଯିବା ଆସିବା ଉପରେ କଟକଣା ଲାଗି ଯାଇଛି।

ଏପରିକି କେବଳ ଘର ମଧ୍ଯରେ ସେମାନଙ୍କ ଜୀବନ ସୀମିତ ରହିଯାଇଛି। ଏହାରି ମଧ୍ଯରେ ତାଲିବାନ ଏକ ନୂତନ ଆଦେଶ ଜାରି କରିଛି। ଯେଉଁଥିରେ ମହିଳାମାନେ ରହୁଥିବା ଘର କିମ୍ବା ଅଟ୍ଟାଳିକାରେ ଝରକା ରହିବ ନାହିଁ। ଅର୍ଥାତ୍ ସେମାନଙ୍କୁ କେହି ଗଳିକି ଦେଖିବାର ସମ୍ଭାବନା ରହିବ ନାହିଁ। କିମ୍ବା ମହିଳାମାନେ ଘର ମଧ୍ଯରୁ ଅନ୍ୟ କାହାକୁ ଦେଖିପାରିବେ ନାହିଁ। ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି।

୨୦୨୧ ଅଗଷ୍ଟରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ମହିଳାଙ୍କ ଚାଲିଚଳନ ଏବଂ ସାମାଜିକ ସ୍ଥିତି ଏକପ୍ରକାର ଶେଷ ହୋଇଯାଇଛି।

 

Comments are closed.