Latest Odisha News

BREAKING NEWS

ରୁଟି ପାଇଁ ଭାଙ୍ଗିଗଲା ବାହାଘର, ଜାଣନ୍ତୁ ପୂରା ଘଟଣା… 

ଲକ୍ଷ୍ନୌ: ଗୋଟିଏ ରୁଟି ପାଇଁ ଭାଙ୍ଗିଗଲା ବାହାଘର। ଉତ୍ତରପ୍ରଦେଶର ଚାନ୍ଦୁଲି ଜିଲ୍ଲାର ହମିଦପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ମେହେତାବ ନାମକ ଜଣେ ବ୍ଯକ୍ତିଙ୍କ ବିବାହ ହେଉଥିଲା। ବରପକ୍ଷ ଧୁମଧାମରେ ବିବାହ ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ କନ୍ଯା ପକ୍ଷରୁ ଭୋଜିରେ ଖାଇବା ବିଳମ୍ବ ହେବାରୁ ବର ରାଗିଯାଇ ପରିବାର ସହ ଫେରି ଯାଇଥିଲେ।

ସୂଚନା ଅନୁଯାୟୀ, ଏହି ବିବାହ ପାଇଁ ସାତ ମାସ ପୂର୍ବରୁ ଯୋଜନା କରାଯାଇଥିଲା। ଡିସେମ୍ବର ୨୨ରେ ପାରମ୍ପାରିକ ରୀତିନୀତିରେ ବିବାହ ଆରମ୍ଭ ହୋଇଥିଲା। କନ୍ଯା ପରିବାର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ରାତ୍ରୀ ଭୋଜନ ପୂର୍ବରୁ ସେମାନଙ୍କୁ ମିଠା ପରିବେଷଣ କରିଥିଲେ। କିନ୍ତୁ ପରେ ବର ପକ୍ଷ ସେମାନଙ୍କୁ ରୁଟି ପରଷିବାରେ ବିଳମ୍ବ ହୋଇଥିବା ଅଭିଯୋଗ ଝଗଡ଼ା କରିଥିଲେ।

ତେବେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ସତ୍ବେ ବର ପକ୍ଷ କନ୍ଯା ପରିବାରକୁ ଦାୟୀ କରି କ୍ରୋଧରେ ବିବାହ ସ୍ଥଳୀ ଛାଡିଥିଲେ। ଏପରିକି ବର ଅନ୍ୟତ୍ର ସ୍ଥାନରେ ଜଣେ ମହିଳାଙ୍କୁ ବିବାହ କରିବାକୁ ପଛାଇ ନଥିଲେ।

ଯାହାପରେ କନ୍ଯା ପକ୍ଷ ଥାନାରେ ଅଭିଯୋଗ କରିଥିଲେ। ଏପରିକି ୭ ଲକ୍ଷ ଟଙ୍କା ଆର୍ଥିକ କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲେ। ଯେଉଁଥିରେ ବରର ପରିବାରକୁ ଯୌତୁକ ଭାବରେ ଦିଆଯାଇଥିବା ୧.୫ ଲକ୍ଷ ଟଙ୍କା ମଧ୍ୟ ରହିଥିଲା। ସେହିପରି ବର ପରିବାରର ପାଞ୍ଚଜଣ ସଦସ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପିଙ୍କ ନିକଟରେ ଦାବି ମଧ୍ଯ କରାଯାଇଛି।

Comments are closed.