Latest Odisha News

BREAKING NEWS

କୋହଲି, ରୋହିତଙ୍କୁ ନେଇ ଚର୍ଚ୍ଚାରେ ଶାସ୍ତ୍ରୀଙ୍କ ବୟାନ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏହି ଦୁଇ ମହାନ ଖେଳାଳିଙ୍କ ଫର୍ମକୁ ନେଇ ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ ବୟାନ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ବିରାଟ ଆଉ ୩ରୁ ୪ ବର୍ଷ ଆରାମରେ ଖେଳିବେ । ସେ ଆଉଟ ହେବାକୁ ଆପଣମାନେ ଏତେ ଗୁରୁତ୍ୱ ଦିଅନି । ସେ ତାଙ୍କ ଲୟକୁ ଖୁବ ଶୀଘ୍ର ଫେରି ଆସିବେ । ତେବେ ରୋହିତଙ୍କ ପ୍ରଦର୍ଶନକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି । ତାଙ୍କ ଫୁଟୱର୍କ ପୂର୍ବ ଭଳି ରହୁ ନାହିଁ । ସେ ଶଟ ଖେଳିବାରେ ଡେରି ମଧ୍ୟ କରୁଛନ୍ତି । ବଲ ପାଖକୁ ପାଦ ଯେତିକି ଯିବା କଥା ସେ ଭଳି ଯାଉ ନାହିଁ ।

ଏହି ସିରିଜ ପରେ ସେ ତାଙ୍କ ଟେଷ୍ଟ କ୍ୟାରିୟର ନେଇ ନିଷ୍ପତି ନେବେ । ରିଷଭ ପନ୍ତଙ୍କ ୱିକେଟ ମ୍ୟାଚର ଟର୍ଣ୍ଣିଂ ପଂଏଟ ଥିଲା ବୋଲି ଶାସ୍ତ୍ରୀ କହିଛନ୍ତି । ଲଂଚ ସମୟ ସୁଦ୍ଧା ୩ଟି ୱିକେଟ ହରାଇବା ପରେ ଭାରତ ମ୍ୟାଚ ଜିତିବା କଷ୍ଟକର ହୋଇ ପଡିଥିଲେ । ଏଠାରୁ ମ୍ୟାଚକୁ ଡ୍ର ପାଇଁ ଉଦ୍ୟମ କରାଯାଇ ପାରିଥାନ୍ତା । ପନ୍ତ ଆଉଟ ହେବା ପରେ ଅଷ୍ଟ୍ରେଲିଆ ପୂନର୍ବାର ମ୍ୟାଚ ହାତମୁଠାକୁ ଆଣିବାରେ ସଫଳ ହୋଇଥିଲେ । ଶାସ୍ତ୍ରୀଙ୍କ ବୟାନ ପରୋକ୍ଷରେ ରୋହିତଙ୍କ ଅବସରକୁ ଇଶାରା କରୁଛି ବୋଲି ପ୍ରଶଂସକମାନେ ହୃଦୟଙ୍ଗମ କରିଛନ୍ତି ।

Comments are closed.