Latest Odisha News

BREAKING NEWS

ନିମାପଡା, ଗୋପ ଗସ୍ତ କରି ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା, ଗୋପ ଗସ୍ତ କରିଛନ୍ତି । ଏହି ସମୟରେ ସେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗୋପ ବ୍ଲକ ଅଧିନସ୍ଥ ଅଣ୍ଢିରା ଇଚ୍ଛାପୁର ପଞ୍ଚାୟତର ବେଣିପୁର, ମାଧଗାଡ଼ିଆ, ଇଚ୍ଛାପୁର, ଆଳିଚର, ବଡ଼ମଠ, ଅଣ୍ଢିରା ଗ୍ରାମ, ରାହାଙ୍ଗୋରଡା ଏବଂ ଡଭାର ପଞ୍ଚାୟତ ଗସ୍ତ କରି ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ସେହିପରି, ନିମାପଡ଼ା ବ୍ଲକର ତେରୁଣ୍ଡିଆ, ଡେଣୁଅ, ଚଆଁରପଦା, ରଟିଲୋ, ଅଲଣ୍ଡା ଏବଂ ସାଇଁସ ଶାସନ ପଞ୍ଚାୟତର ବିଭିନ୍ନ କ୍ଷେତ୍ରପରିଦର୍ଶନ କରିଥିଲେ ଉପମୁଖ୍ୟମନ୍ତ୍ରୀ । ସ୍ଥାନୀୟ ତହସିଲଦାର, କୃଷି ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ କ୍ଷୟକ୍ଷତିର ସଠିକ୍ ଆକଳନ କରିବା ସହ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଯେଉଁ ଚାଷୀଙ୍କର ଫସଲ ନଷ୍ଟ ହୋଇଛି ସମସ୍ତଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକରଣ କରିଥିବା ସମସ୍ତ ଚାଷୀ ମାନେ ଯେମିତି ବୀମା ରାଶି ପାଇବେ ସେଥିପାଇଁ ପ୍ରାଧାନ୍ୟ ଦେଇଥିଲେ । ଚାଷୀଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କର ପ୍ରାଥମିକତା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ।

Comments are closed.