Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଆଗରେ ୬ଟି ପ୍ରସ୍ତାବ ରଖିଲେ ସାଂସସ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନବବର୍ଷ ଶୁଭେଚ୍ଛା ଜଣାଇବା ସହ ରାଜଧାନୀର ଉନ୍ନତି ପାଇଁ ୬ଟି ପ୍ରସ୍ତାବ ରଖିଛନ୍ତି । ଏହି ଅବସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଗତ ସେପ୍ଟେମ୍ବର ୧୪, ୨୦୨୪ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଂଚଳ ଲୋକଙ୍କ ପାଇଁ ସାଂସଦ ମହୋଦୟା, ୪ଟି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବ ଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶୀଘ୍ର କାର୍ଯ୍ୟ ହାତକୁ ନେଇ ଆଗ୍ରହ ଦେଖାଇଥିଲେ । ଯାହାକୁ ନେଇ ୨୦୨୫ ବର୍ଷ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବରେ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ବର ସାଂସଦ ।

ସେହିପରି ଆଜି ପୁଣି ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ ଅବସରରେ ଭୁବନେଶ୍ବରବାସୀଙ୍କ ପାଇଁ ଆଉ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏହି ୬ଟି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ବିଶେଷ ଭାବରେ ଭୁବନେଶ୍ବର ବାସିନ୍ଦା ବେଶ୍ ଉପକୃତ ହେବେ ବୋଲି ସାଂସଦ ମତବ୍ୟକ୍ତ କରିଛନ୍ତି ।

ଖୋର୍ଦ୍ଧା ଜଟଣୀ, ବେଗୁନିଆ, ଡେଲାଙ୍ଗ ଲୋକଙ୍କ ଦାବି ରହିଛି । ୧୫୬ଟି ଗାଁକୁ ଜଗନ୍ନାଥ ଜମି ଦିଆଯାଇଥିଲା । ୩୬ଟି ଗାଁର ଲୋକଙ୍କୁ ପାଖାପାଖି ୧ଲକ୍ଷ ୨୦ ହଜାର ଲୋକେ ଜମି ପାଇବାରୁ ବଞ୍ଚିତ ଅଛନ୍ତି । ୨୦୧୪ ମସିହାରେ କୋର୍ଟ ଆଦେଶ ଦେଇଥିଲା ଜମି ଦେବା ପାଇଁ । ଏହି ଜମି ତାଙ୍କୁ ଦିଆଯିବ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଜଟଣୀରେ ନିର୍ମାଣ ହେବ ୫୬୮ ଭେଣ୍ଡିଂ ଜୋନ୍ ୧୬ ଲକ୍ଷ ୫୮ ହଜାର କୋଟି ଟଙ୍କା ବ୍ୟବରାଦ ହେଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ସାଂସଦ ଦେଇଥିବା ୬ଟି ପ୍ରସ୍ତାବ ମଧ୍ୟରେ ରହିଛି

୧-ନନ୍ଦନକାନନ ରାସ୍ତାର ପ୍ରଶସ୍ତିକରଣ, ୨୦୦ ଫୁଟିଆ କରାଯାଉ ରାସ୍ତା
୨- କଳ୍ପନାରୁ ରବି ଟକିଜକୁ ଫ୍ଲାଏ ଓଭର, ଶିଶୁ ଭବନ ଛକରୁ ମ୍ୟୁଜିୟମ ଛକ ଯାଏ ଫ୍ଲାଏ ଓଭର
ଏହି ପ୍ରକଳ୍ପ ଗୁଡି଼କର ଡିପିଆର ପ୍ରସ୍ତୁତ ହୋଇ ଜିଲ୍ଲାପାଳ, ବିଡିଏ ଓ ବିଏମସି ନିକଟକୁ ଯାଇ ସାରିଛି । କେବଳ ଆଗାମୀ ପଦକ୍ଷେପକୁ ଅପେକ୍ଷା ।
୩- ଭୁବନେଶ୍ବର ବାହାରେ ଏକ ରିଙ୍ଗ ରୋଡ୍ ପ୍ରକଳ୍ପ କରାଯାଉ । ୧୪୮ କିମି ଲମ୍ବ ବିଶିଷ୍ଟ ପ୍ରସ୍ତାବିତ ରିଙ୍ଗ ରୋଡ୍ ପାଇଁ ଦାବି ହୋଇଛି । ଏହି ରିଂ ରୋଡ, ରାଜଧାନୀ ଉପକଣ୍ଠ ଅଂଚଳକୁ ସଂଯୋଗ କରିବ, ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବା ସହ ଯୋଗାଯୋଗକୁ ଅତି ସୁଦୃଢ କରିବ ।
୪- ଦୟା ପଶ୍ଚିମ କେନାଲ ଓ ସଂଯୋଗ କରୁଥିବା ରାସ୍ତାର ଉନ୍ନତି କରଣ
୫- ସହିଦନଗର ହାଟର ଜମି ଅଧିଗ୍ରହଣ ପାଇଁ ସୁପାରିଶ ଓ ହାଟର ଉନ୍ନତିକରଣ ପାଇଁ ଯୋଜନା
୬- ନୟାପଲ୍ଲୀରେ ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ହଲର ନିର୍ମାଣ

ରାଜଧାନୀ ଭୁବନେଶ୍ବରର ବିକାଶ ହେଲେ, ଏହା ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

Comments are closed.