Latest Odisha News

ଭାରତର ଏହି ସ୍ଥାନରେ ମକର ସଂକ୍ରାନ୍ତି ପର୍ବ ସ୍ୱତନ୍ତ୍ର, ଏପରି ଦୃଶ୍ୟ ଆକାଶରେ ଦେଖିବାକୁ ମିଳେ

ନୂଆଦିଲ୍ଲୀ: ଚଳିତବର୍ଷ ମକର ସଂକ୍ରାନ୍ତି ୧୪ତାରିଖରେ ପାଳନ କରାଯିବ । ଏହି ପର୍ବ ବର୍ଷର ଏକ ବଡ ପର୍ବ ମଧ୍ୟରେ ଅନ୍ୟତମ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ଯେଉଁ କାରଣରୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ । ତେବେ ଆପଣ ଜାଣିଥିବେ ଏହି ମକର ସଂକ୍ରାନ୍ତିରେ ଗୁଡି ଉଡାଯାଏ । ଖାସ୍ କରି ଭାରତରେ ଗୁଜୁରାଟ, ରାଜସ୍ଥାନରେ ଗୁଡି ଉଡେବା ପ୍ରତିଯୋଗିତା ହୋଇଥାଏ ।

ଗୁଜୁରାଟରେ ଆନ୍ତର୍ଜାତୀୟ କାଇଟ୍ ଫେଷ୍ଟିଭାଲ୍ ଆୟୋଜିତ ହୁଏ । କେବଳ ଭାରତ ନୁହେଁ ବିଦେଶରୁ ଲୋକମାନେ ଗୁଡି ଉଡିବା ପାଇଁ ଏଠାକୁ ଆସନ୍ତି। ବାସ୍ତବରେ,ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ମକର ସଂକ୍ରାନ୍ତି ପର୍ବ ହେଉଛି ସେହି ସମୟ ଯେତେବେଳେ ଶୀତ ଧୀରେଧୀରେ କମ୍ ହୋଇ ଖରା ଆରମ୍ଭ ହୁଏ ।ଏହି ଦିନ ଗୁଜୁରାଟରେ ଏକ ଗୁଡି ଉଡାଇବା ପ୍ରତିଯୋଗିତା ଆୟୋଜିତ ହୁଏ, ଯେଉଁଥିରେ ଦୁନିଆର କୋଣ ଅନୁକୋଣରୁ ଲୋକମାନେ ଗୁଡି ଉଡାଇବାକୁ ଆସନ୍ତି । ସମଗ୍ର ଆକାଶ ଗୁଡିରେ ଆଚ୍ଛାଦିତ ହୋଇଯାଇଥାଏ ।

ଯଦି ଆପଣ ଗୁଡି ଉଡିବାକୁ ଭଲ ପାଆନ୍ତି ତେବେ ଆପଣ ଅହମ୍ମଦାବାଦ ଯାଇପାରିବେ । ମକର ସଂକ୍ରାନ୍ତିରେ ଏଠାରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ଏହି ସମୟ ମଧ୍ୟରେ ଆପଣ ସବୁ ସ୍ଥାନରେ “କାଇ ପୋଛେ”ର ଶବ୍ଦ ଶୁଣିପାରିବେ ।

ଆନ୍ତର୍ଜାତୀୟ କାଇଟ୍ ଫେଷ୍ଟିଭାଲ୍ ରାଜସ୍ଥାନର ଜୟପୁରରେ ମଧ୍ୟ ପାଳନ କରାଯାଏ । ଏହି ପର୍ବ ରାଜସ୍ଥାନର ଅନ୍ୟତମ କଲରଫୁଲ୍ ଫେଷ୍ଟିଭାଲ ଅଟେ । ଏହି ପର୍ବ ୧୪ ଜାନୁଆରୀ, ମକର ସଂକ୍ରାନ୍ତି ଦିନ ପାଳନ କରାଯାଏ । ଏଠାରେ ମଧ୍ୟ ବିଦେଶରୁ ଲୋକମାନେ ଗୁଡି ଉଡେଇବାର ମଜା ନେବାକୁ ଆସନ୍ତି ।

ଗୁଡି ଉଡ଼େଇବା ପଛରେ ମଧ୍ୟ ଏକ କାରଣ ଅଛି । ଲୋକମାନେ ବିଶ୍ୱାସ କରନ୍ତି ଯେ ଶୀତଦିନେ ଆମ ଶରୀର ଥଣ୍ଡାକାଶରେ ସଂକ୍ରମିତ ହୁଏ । କିନ୍ତୁ ଯେତେବେଳେ ସୂର୍ଯ୍ୟ ଉତ୍ତରାୟଣ ଦିଗରେ ଗତି କରନ୍ତି,ସୂର୍ଯ୍ୟଙ୍କ କିରଣ ଶରୀର ପାଇଁ ଔଷଧ ରୂପେ କାମ କରେ ।

 

 

 

 

 

Comments are closed.