Latest Odisha News

ବିପିଏସସି ବିକ୍ଷୋଭ: ପୋଲିସ ହେପାଜତରେ ପ୍ରଶାନ୍ତ କିଶୋର

ପାଟନା: ଗାନ୍ଧୀ ମୈଦାନରେ ଜୋରଦାର ହଙ୍ଗାମା। ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଥିବା ଜନ ସୁରଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ଓରଫ ପିକେଙ୍କୁ ଉଠାଇ ନେଲା ପୁଲିସ। ଅତି ଭୋରରୁ ପିକେଙ୍କୁ ଉଠାଇନେଇଛି ପୋଲିସ। ଯାହା ଜଣାପଡ଼ିଛି ପୋଲିସ ଏବେ ତାଙ୍କୁ ଗିରଫ କରିଛି। ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି।

ବିହାର ପ୍ରଶାସନିକ ସେବା ପରୀକ୍ଷା (ବିପିଏସସି) ବାତିଲ କରିବାକୁ ଦାବି କରି ଆମରଣ ଅନଶନରେ ବସିଥିବା ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ବିକ୍ଷୋଭ ସ୍ଥଳରୁ ଗିରଫ କରିଛି ପାଟଣା ପୋଲିସ। ଜନ ସୁରଜ ପାର୍ଟି ଅଭିଯୋଗ କରିଛି ଯେ ପ୍ରଶାନ୍ତ କିଶୋରଙ୍କ ସହ ପୋଲିସ ଅତ୍ୟାଚାର କରିଛି। ପୋଲିସ ତାଙ୍କୁ ଚାପୁଡ଼ା ମଧ୍ୟ ମାରିଛି। କୁହାଯାଇଛି ଯେ ତାଙ୍କୁ ଅନଶନ ସ୍ଥଳରୁ ସିଧା ଉଠାଇ ପାଟନା ଏଆଇଏମଏସକୁ ନିଆଯାଇଛି। ଏହି ସମୟରେ ପାଟନା ପୋଲିସ ଏବଂ ଜନ ସୁରଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ପୋଲିସ ଯେତେବେଳେ ପ୍ରଶାନ୍ତ କିଶୋରଙ୍କୁ ଉଠାଇ ନେବାକୁ ଚେଷ୍ଟା କରିବା ବେଳେ ତାଙ୍କ ସମର୍ଥକ ଛାତ୍ରମାନେ ତାଙ୍କୁ ଘେରି ଯାଇଥିଲେ। ଫଳରେ ପୋଲିସ ଓ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଶେଷରେ ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଉଠାଇ ନେବାରେ ସମର୍ଥ ହୋଇଥିଲା। ଏହାପରେ ପୋଲିସ ଗାନ୍ଧୀ ମୈଦାନରୁ ବାହାରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରିଥିଲା।

Comments are closed.