Latest Odisha News

BREAKING NEWS

ସ୍ବାମୀ ଓ ୬ ପିଲାଙ୍କୁ ଛାଡି ଭିକାରୀ ସହ ଫେରାର୍ ମହିଳା

ଲକ୍ଷ୍ନୌ: ପ୍ରେମରେ ପଡିଲେ ଠିକ୍ ଭୁଲ୍ କିମ୍ବା ଭଲ ମନ୍ଦ କିଛି ବି ଜଣା ପଡିନଥାଏ। ଏପରି ଏକ କାହାଣୀ ଉତ୍ତରପ୍ରଦେଶର ହର୍ଦୋଇରୁ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଜଣେ ୩୬ ବର୍ଷର ମହିଳା ନିଜ ସ୍ୱାମୀ ଏବଂ ଛଅ ପିଲାଙ୍କୁ ଛାଡି ଜଣେ ଭିକାରୀ ସହ ପଳାଇଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ମହିଳାଙ୍କ ସ୍ୱାମୀ ରାଜୁ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବାରେ ବ୍ୟସ୍ତ ଅଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମହିଳାଙ୍କ ସ୍ବାମୀ ରାଜୁ (୪୫) ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସାଣ୍ଡି ଥାନା ଅନ୍ତର୍ଗତ ଖିଡକିଆନ୍ ଅଞ୍ଚଳର ନିବାସୀ ନନ୍ହେ ପଣ୍ଡିତ ବେଳେବେଳେ ସେମାନଙ୍କ ଘରକୁ ଭିକ ମାଗିବାକୁ ଆସୁଥିଲେ। ଜାନୁଆରୀ ୩ରେ ଅପରାହ୍ନ ସମୟରେ ତାଙ୍କ ପତ୍ନୀ ରାଜେଶ୍ୱରୀ ପୋଷାକ ଓ ପନିପରିବା କିଣିବାକୁ ବଜାର ଯାଉଥିବା କଥା ଝିଅକୁ କହି ଘରୁ ବାହାରିଥିଲେ।

ତେବେ ସେ ଯେତେବେଳେ ଘରକୁ ନଫେରିଲେ ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ସବୁଆଡେ ଖୋଜିଥିଲେ ମଧ୍ଯ ତାଙ୍କୁ ପାଇନଥିଲେ। ଏପରିକି ସେ ମଇଁଷି ବିକ୍ରି କରି ରଖିଥିବା ଟଙ୍କା ମଧ୍ଯ ଘରେ ନଥିଲା। ଯାହା ଫଳରେ ତାଙ୍କ ସ୍ତ୍ରୀ ଉକ୍ତ ଭିକାରୀ ସହ ପଳାଇଥିବା ନେଇ ତାଙ୍କ ସ୍ୱାମୀ ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି।

 

Comments are closed.