Latest Odisha News

ସେଖ ହସିନାଙ୍କୁ ନେଇ ଆସିଲା ବଡ଼ ଖବର, କେନ୍ଦ୍ର ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ : ଏବେ ଭାରତ ଛାଡ଼ିବେନି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ତାଙ୍କର ଭାରତରେ ରହିବା ଅବଧି ବଢ଼ାଯାଇଛି । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେଖ ହସିନାଙ୍କୁ ଭାରତର ଅତିଥି ଭାବେ ଅବିହିତ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥି ପାଇଁ ଅତିଥି ଦେବୋ ଭବଃ ଶୈଳୀରେ ତାଙ୍କୁ ଆତିଥେୟତା ପ୍ରଦାନ କରାଯାଉଛି ।

ଶେଖ ହସିନାଙ୍କୁ ପ୍ରତ୍ୟର୍ପଣରେ ନେବାକୁ ବାଂଲାଦେଶ ଦୁଇଥର ଭାରତକୁ ଚିଠି ଲେଖିଛି । କିଛି ଦିନ ତଳେ ଦ୍ବିତୀୟ ପତ୍ର ଲେଖିଥିଲା ବାଂଲାଦେଶ । ତେବେ ପ୍ରତ୍ୟର୍ପଣ ପ୍ରସଙ୍ଗରେ ମୁହଁ ଖୋଲୁ ନଥିବା ଭାରତ ସରକାର ଶେଖ ହଲିନାଙ୍କ ରହିବା ଅବଧି ଆହୁରି ବଢ଼ାଇଛନ୍ତି । ସେ କେତେଦିନ ଭାରତରେ ରହିବେ, ତାହା କୁହାଯାଇନି, କିନ୍ତୁ ରହଣି ଦୀର୍ଘ ସମୟ ଯାଏଁ ସଂପ୍ରସାରିତ କରାଯାଇଛି । ବାଂଲାଦେଶରେ ସରକାର ବିରୋଧୀ ଛାତ୍ର ଆନ୍ଦୋଳନ ଉଗ୍ର ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଅଗଷ୍ଟ ୫ ତାରିଖରୁ ଭାରତରେ ଶରଣ ନେଇଛନ୍ତି ଶେଖ ହସିନା।

ସୂଚନା ଅନୁସାରେ, ୧୯୭୫ରେ ତାଙ୍କ ବାପା ଶେଖ ମୁଜିବୁର୍ ରେହମାନଙ୍କୁ ହତ୍ୟା ପରେ ମଧ୍ୟ ଭାରତରେ ଦୀର୍ଘ ସମୟ ରହିଥିଲେ ଶେଖ ହସିନା । ତିନି ଦିନ ତଳେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ମହମ୍ମଦ ୟୁନୁସ୍ ସରକାର ହସିନା ଏବଂ ଅନ୍ୟ ୯୬ ଜଣଙ୍କର ପାସପୋର୍ଟ ରଦ୍ଦ କରିଥିଲେ । ଆଉ ବୁଧବାର ଭାରତ ସରକାର ଶେଖ ହସିନାଙ୍କ ଭିସା ଅବଧି ବଢ଼ାଇଛନ୍ତି ।

Leave A Reply

Your email address will not be published.