Latest Odisha News

ଦିଲ୍ଲୀ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସିରିଜ୍ ଦୁର୍ଘଟଣା: ପଛକୁ ପଛ ପିଟି ହେଲା ୫ରୁ ଅଧିକ କାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିରିଜି ଦୁର୍ଘଟଣା । ଦିଲ୍ଲୀ-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକା ସାଙ୍ଗରେ ପଛକୁ ପଛ ପିଟି ହେଲା ୫ରୁ ଅଧିକ କାର୍ । ଫଳରେ ଏଥିରେ ଅନେକ ଆହତ ହୋଇଛନ୍ତି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଗାଡି ଗୁଡିକ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।

ବର୍ତ୍ତମାନ ଉତ୍ତର ଭାରତ ସମେତ ରାଜଧାନୀ ଦିଲ୍ଲୀରେ ଥଣ୍ଡା ସହ ପ୍ରବଳ କୁହୁଡି ଅନୁଭୁତ ହେଉଛି । ଯେଉଁ କାରଣରୁ ରାସ୍ତା ଦେଖାନଯିବାରୁ ପଛକୁ ପଛ ପିଟି ହୋଇଛି ୫ରୁ ଅଧିକ କାର । ଆଜି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷର ସବୁଠୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଜିରୋ ଭିଜିବିଲିଟି ପାଇଁ ରେଳ ଓ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ହାପୁଡର ବାବୁଗଡ଼ ଥାନା ଅଞ୍ଚଳର ସିମରୌଲି ସୀମାରେ ଥିବା କାଳୀ ନଦୀ ସେତୁରେ ଏହି ଘଟଣା ଘଟିଛି । ପୋଲିସ ଆହତମାନଙ୍କୁ ଡାକ୍ତରଖାନା ପଠାଇଛି । ଅନ୍ୟପଟେ କ୍ରେନ୍ ସାହାଯ୍ୟରେ ରାସ୍ତାରେ ପଡ଼ିଥିବା କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ବାହାର କରି ଯାତାୟାତ ପାଇଁ ରାସ୍ତା ସଫା କରାଯାଇଥିଲା।

Leave A Reply

Your email address will not be published.