Latest Odisha News

ଜଳୁଛି ଆମେରିକା ! କେଇ ଘଣ୍ଟାରେ ପାଉଁଶ ହୋଇଗଲା ସବୁ

ନୂଆଦିଲ୍ଲୀ :ଜଳୁଛି ଆମେରିକା । କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁ ଏବେ ବି ଜଳୁଛି । ବୁଧବାର ରାତିରୁ ଲାଗିଥିବା ଏହି ନିଆଁ ନା ଲିଭୁଛି ନା ନିୟନ୍ତ୍ରଣ ହେଉଛି, ବରଂ ଅଧିକରୁ ଅଦିକ ବ୍ୟାପରିବାରେ ଲାଗିଛି । ବୁଧବାର ରାତିରେ ଲସ୍ ଆଞ୍ଜେଲସ୍ ଆଲ୍‌ଟାଡେନା ଜଙ୍ଗଲରେ ଲାଗିଥିଲା ନିଆଁ । ମାତ୍ର କେଇ ଘଣ୍ଟାରେ ୧୩ ଶହ ଏକର ଜଙ୍ଗଲ ଜଳିପାଡ଼ି ପାଉଁଶ ହୋଇଗଲା । ଆଲ୍‌ଟାଡେନା ନିଆଁ ଆୟତ୍ତ ହୋଇ ନଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପାଲିସେଡ୍‌ସ ଜଙ୍ଗଲରେ ନିଆଁ ଲାଗି ୧୯ ହଜାର ଏକର ପାଉଁଶ ହୋଇଯାଇଛି ।

ନିଆଁରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଛି । ପଶୁ ପକ୍ଷୀଙ୍କ କଥା ବା ପଚାରେ କିଏ । ବହୁ ହଲିଉଡ୍ ସେଲିବ୍ରିଟିଙ୍କ ନିୟୂତ ନିୟୂତ ଡଲାର୍ ଖର୍ଚ୍ଚରେ ନିର୍ମିତ ଆଲିସାନ୍ ବଙ୍ଗଳା ଏହି ଜଙ୍ଗଲୀ ନିଆଁରେ ଗୁରୁତର ପ୍ରଭାବିତ ହୋଇଛି । ପ୍ୟାରିସ୍ ହିଲଟନ୍, ଆନ୍ଥୋନି ହପ୍‌କିନ୍‌ସ ଏବଂ ବିଲି କ୍ରିଷ୍ଟାଲଙ୍କ ଭଳି ସେଲିବ୍ରିଟିଙ୍କ ଘର ନିଆଁରେ ପ୍ରଭାବିତ ହୋଇଛି । ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏବେ ବି ଲକ୍ଷେ ୮୦ ହଜାର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ନୋଟିସ୍ ଜାରି କରାଯାଇଛି । ନିଆଁ ଲିଭାଇବାର ପ୍ରୟାସ ଜାରି ରହିଛି । ଆକାଶ ମାର୍ଗରୁ ପାଣି ସହ ଅଗ୍ନି ନିର୍ବାପକ ରାସାୟନିକ ପଦାର୍ଥ ପକାଯାଉଛି । ସେନା, ବାୟୁସେନା, ପୋଲିସ, ଅଗ୍ନିଶମ ବାହିନୀ ସହ ତାଲିଫର୍ଣ୍ଣିଆ ନାସନାଲ୍ ଗାର୍ଡକୁ ନିଆଁ ଲିଭା ଏବଂ ଉଦ୍ଧାର ଅଭିଯାନରେ ନିୟୋଜିତ କରାଯାଇଛି । ଆମେରିକା ଏବଂ କାଲିଫର୍ଣ୍ଣିଆ ଇତିହାସରେ ଏହା ସବୁଠାରୁ ବଡ଼ ଜଙ୍ଗଲ ଅଗ୍ନିକାଣ୍ଡ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ ।

ଲସ୍ ଏଞ୍ଜଲ୍ସର ଉତ୍ତର-ପଶ୍ଚିମ ସୋନା ଫର୍ଣ୍ଣାଡୋ ଘାଟିର ସିଲମାରେ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଛି…ପ୍ରାୟ ୫ଶହ ଏକର ଅଞ୍ଚଳ ନିଆଁର ଆଁ ଭିତରକୁ ଆସିଛି…ନିଆଁ ନିୟନ୍ତ୍ରଣ କରିବାକୁ ପ୍ରାୟ ୫ ୟୁଏଏସ ବନସେବା ବିଭାଗର ଏୟାର ଟ୍ୟାଙ୍କର ନିୟୋଜିତ କରାଯାଇଛି । ସେହିପରି ଅଗ୍ନିଶମ ବାହିନୀର ୧୦ ହେଲିକପ୍ଟର ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଜୋର୍‌ରେ ପବନ ବହୁଥିବାରୁ ନିଆଁକୁ ଆୟତ୍ତ କରିବା ମୁସ୍କିଲ୍ ହେଉଛି । ନିଆଁ ଏତେ ମାତ୍ରାରେ ବ୍ୟାପିବାର ପ୍ରମୁଖ କାରଣ ହେଉଛି, ଶକ୍ତିଶାଳୀ ସାନ୍ତା ଏନା ପବନ । ଯାହା ଜଙ୍ଗଲ ଆଡ଼କୁ ବହୁଛି । ଏହି ପବନ ହିଁ ଜଙ୍ଗଲ ନିଆଁକୁ ଶକ୍ତି ଯୋଗାଉଛି । ଯେତେବେଳେ ସାନ୍ତା ଏନା ପବନ ପାହାଡ଼ରେ ପୂର୍ବରୁ ପଶ୍ଚିମ ଆଡ଼କୁ ବହିଥାଏ, ତାହା ତଳ ଆଡ଼କୁ ଟାଣି ହୋଇଥାଏ । ଫଳର ଗରମ ହୋଇଥାଏ । କଲରାଡୋ ନ୍ୟାସନାଲ ସେଣ୍ଟର ଫର୍‌ ଏଟ୍‌ମୋସ୍ଫୋରିକ୍‌ ରିସର୍ଚ୍ଚର ପ୍ରୋଜେକ୍ଟ ବୈଜ୍ଞାନିକ ଜେନିସ୍‌ କୋଏନ୍‌ଙ୍କ କହିବା କଥା, ଏହି ପବନ ଯେତେବେଳେ ବୋହିଥାଏ, ପାହାଡ଼ର ଶିଖରରେ ଥିବା ଗଛଗୁଡ଼ିକୁ ଶୁଖିଲା କରି ଦେଇଥାଏ । ଆଉ ଅଙ୍ଗାରକୁ ଅଧିକ ଦୂର ପର୍ଯ୍ୟନ୍ତ ଟାଣି ନେଇଥାଏ । ଫଳରେ ନିଆଁ ଭୟଙ୍କର ଭାବେ ବ୍ୟାପିଥାଏ ।

Leave A Reply

Your email address will not be published.