Latest Odisha News

ଦୁନିଆର ପ୍ରଥମ ସହର, ଯେଉଁଠି ବିମାର ହେବା ଅପରାଧ

ନୂଆଦିଲ୍ଲୀ: ଦୁନିଆର ଅନେକ ସ୍ଥାନରେ ଅନେକ ଜିନିଷ ନିଷେଧ ଥାଏ । ଯେପରିକି ଫଟୋ କ୍ଲିକ୍ ଉପରେ ନିଷେଧାଦେଶ, ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ କିମ୍ବା କହିବା ଏବଂ କିଛି କରିବା ଉପରେ ପ୍ରତିବନ୍ଧକ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଅସୁସ୍ଥ ହେବା ସମ୍ପୁର୍ଣ୍ଣ ନିଷେଧ । ଆଜ୍ଞା ହଁ, ଏକଥା ଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ । ଦୁନିଆର ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଅସୁସ୍ଥ ହେବା ଉପରେ ସମ୍ପୁର୍ଣ୍ଣ ନିଷେଧାଦେଶ ରହିଛି । ଏହି ସହରଟି ହେଉଛି ଇଟାଲୀର ବେଲକାଷ୍ଟ୍ରୋ ସହର । ଏହି ସହରରେ କୌଣସି ବ୍ୟକ୍ତି ଅସୁସ୍ଥ ହୋଇପାରିବେ ନାହିଁ ।

ବେଲକାଷ୍ଟ୍ରୋର ମେୟର ଏହି ଅଦ୍ଭୁତ ଘୋଷଣା କରିଛନ୍ତି। ଯାହାକୁ ନେଇ ପୁରା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆଦେଶ ମାଧ୍ୟମରେ ସହରର ଖରାପ ସ୍ୱାସ୍ଥ୍ୟ ସେବା ପ୍ରତି ଧ୍ୟାନ ଦେବାକୁ ଚାହୁଁଛୁ ବୋଲି କହିଛନ୍ତି ବେଲକାଷ୍ଟ୍ରୋର ମେୟର । ବେଲକାଷ୍ଟ୍ରୋରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି, କିନ୍ତୁ ଏହା ପ୍ରାୟତଃ ବନ୍ଦ ରହିଥାଏ। ଏଥି ସହିତ, ଛୁଟି ଦିନମାନଙ୍କରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତର ଉପଲବ୍ଧ ନଥାନ୍ତି । ସବୁଠାରୁ ବଡ କଥା ଉକ୍ତ ଅଞ୍ଚଳରୁ ଜରୁରୀକାଳୀନ କେନ୍ଦ୍ର ପ୍ରାୟ ୪୫ କିଲୋମିଟର ଦୂର କୈଟାନଜାରୋ ସହରରେ ଅଛି । ତେଣୁ, ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଏପରି ଆଦେଶ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମେୟର ।

ସୂଚନା ଅନୁଯାୟୀ, ବେଲକାଷ୍ଟ୍ରୋ ସହରର ଜନସଂଖ୍ୟା ପ୍ରାୟ ୧୩୦୦ । କିନ୍ତୁ ସହରରେ ଅଧାରୁ ଅଧିକ ଲୋକ ବୃଦ୍ଧ ଅଟନ୍ତି ।

Leave A Reply

Your email address will not be published.