ନୂଆଦିଲ୍ଲୀ : ପଞ୍ଜାବର ଆମ୍ ଆଦମୀ ପାର୍ଟି ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ । ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଗୁରୁମିତ ଗୋଗି ଆତ୍ମହତ୍ୟା କରିଛନ୍ତି ନା ଦୁର୍ଘଟଣାବଶତଃ ପିସ୍ତଲ ଫାୟାରିଂ ହୋଇ ତାଙ୍କର ମୃତ୍ୟୁ ହୋଇଛି, ତାର ତଦନ୍ତ ଚାଲିଛି । ଲୁଧିଆନା ୱେଷ୍ଟ ଆସନରୁ ଆମ୍ ଆଦମୀ ପାର୍ଚି ବିଧାୟକ ଥିଲେ ଗୁରୁପ୍ରୀତ ଗୋଗି । ଶୁକ୍ରବାର ସନ୍ଧ୍ୟାରେ, ଲୁଧିଆନା ଘୁମର ମଣ୍ଡି ଅଞ୍ଚଳରେ ନିଜ ଘରେ ଥିବା ବେଳେ ପିସ୍ତଲ ସଫା କରୁଥିଲେ ଗୁରୁପ୍ରୀତ ଗୋଗି । ଏହି ସମୟରେ ତାଙ୍କ ମୁଣ୍ଡରେ ଗୁଳି ବାଜିଛି । ଏହା ଦୁର୍ଘଟଣାବଶତଃ ନା ସେ ନିଜକୁ ନିଜେ ଗୁଳି କରିଛନ୍ତି, ତାହା ଜଣାପଡ଼ି ନାହିଁ । ମୁଣ୍ଡରେ ଗୁଳି ବାଜିଛି ମାନେ, ଆତ୍ମହତ୍ୟା ସନ୍ଦେହ ଅଧିକ ଲାଗୁଛି ବୋଲି ଅନେକ କହୁଛନ୍ତି ।
ଗୁଳକାଣ୍ଡ ପରେ ପରେ ଗୋଗିଙ୍କୁ ପାଖ ଦୟାନନ୍ଦ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲିଧିଆନା ପୌର ପାଳିକାରେ ୪ ଥର କଂଗ୍ରେସ କାଉନସିଲର୍ ଥିଲେ ଗୁରୁପ୍ରୀତ ଗୋଗି । ଲୁଧିଆନା ଜିଲ୍ଲାର କଂଗ୍ରେସ ସଭାପତି ମଧ୍ୟ ଥିଲେ । ତେବେ ୨୦୨୨ରେ ସେ କଂଗ୍ରେସ ଛାଡ଼ି ଆମ୍ ଆଦମୀ ପାର୍ଟିକୁ ଆସିଥିଲେ । ଆପ୍ ଟିକେଟରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ଗୁରୁପ୍ରୀତ ଗୋଗି ।
ଅଘଟଣର କିଛି ସମୟ ପୂର୍ବରୁ ପଞ୍ଜାବ ବିଧାନସଭାର ବାଚସ୍ପତି କୁଲତାର୍ ସିଂହ ସାନ୍ଧୱାନ୍ ଏବଂ ଆପ୍ ରାଜ୍ୟସବା ସଦସ୍ୟ ବଲବୀର ସିଂହ ସିଚେୱାଲଙ୍କୁ ଦେଖା କରି ବୁଦ୍ଧ ନାଳ ସଫେଇ ବାବଦରେ କଥା ହୋଇଥିଲେ । BRS ନଗରରେ ହୋଇଥିବା ମନ୍ଦିର ଚୋରି ଖବର ଶୁଣିବା ପରେ ସେଠାକୁ ମଧ୍ୟ ଯାଇ ଲୋକଙ୍କ ସହ କଥା ହୋଇଥିଲେ ।