Latest Odisha News

ମହାକୁମ୍ଭରେ ‘ଅନାଜ ବାବା’; ମୁଣ୍ଡରେ କରିଛନ୍ତି ଚଣା ଓ ଗହମ ଫସଲ… 

ପ୍ରୟାଗ: ମହାକୁମ୍ଭରେ ‘ଅନାଜ ବାବା’। ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ବାସିନ୍ଦା ଅମରଜିତ ‘ଅନାଜ ୱାଲେ’ ବାବା ନାମରେ ପରିଚିତ ହୋଇପାରିଛନ୍ତି। କାରଣ ସେ ତାଙ୍କ ମୁଣ୍ଡରେ ଗହମ, ବାଜରା, ଚଣା ଏବଂ ମଟର ଭଳି ଫସଲ ଚାଷ କରିଛନ୍ତି। ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ସେ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ଗତ ପାଞ୍ଚ ବର୍ଷ ଧରି ବାବା ପରିବେଶ ସୁରକ୍ଷା ବିଷୟରେ ସଚେତନତା ବାର୍ତ୍ତା ବାଣ୍ଟି ଚାଲିଛନ୍ତି।

ଅମରଜିତ ବାବାଙ୍କ କହିବା ଅନୁସାରେ ଏହି ପ୍ରୟାସ ଶାନ୍ତି ବଜାୟ ରଖିବାରେ ସହାୟକ ହେବା ସହ ପରିବେଶରେ ସବୁଜିମା ଭରି ଦେବ। ସବୁଆଡେ ଜଙ୍ଗଲ କଟା ହେବାରେ ଲାଗିଛି। ଗଛ କାଟିବା ଦ୍ୱାରା ଆମ ବିଶ୍ୱ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବକୁ ଦେଖି ସେ ଏଭଳି ନିଷ୍ପତ୍ତି ନେଇଥିଲେ।

ତେବେ ତାଙ୍କ ମୁଣ୍ଡରେ ଲାଗିଥିବା ଫସଲକୁ ସତେଜ ରଖିବା ପାଇଁ ସେ ନିୟମିତ ଭାବେ ନିଜ ମୁଣ୍ଡରେ ପାଣି ଢାଳିଥାନ୍ତି। କିଲା ଘାଟ ନିକଟରେ କଳ୍ପବାସ କରୁଥିବା ଅନାଜ ୱାଲେ ବାବା ଏହି ମେଳାର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ତେବେ ସେ କିପରି ତାଙ୍କ ମୁଣ୍ଡରେ ଏହିସବୁ ଫସଲ ଚାଷ କରୁଛନ୍ତି ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି।

 

 

Leave A Reply

Your email address will not be published.