Latest Odisha News

BREAKING NEWS

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଚାର ମଇଦାନରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ବିଧାନସଭା ପ୍ରଚାର ମଇଦାନକୁ ଓହ୍ଲାଇବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଉତ୍ତରପୂର୍ବ ଦିଲ୍ଲୀର ସିଲମପୁର ଅଞ୍ଚଳରେ କରିବେ ପ୍ରଚାର। ଦିଲ୍ଲୀରେ ଗତ ତିନୋଟି ବିଧାନସଭା ନିର୍ବାଚନରେ ​​ପରାଜିତ ହୋଇଥିବା କଂଗ୍ରେସ ଏଥର ପୂର୍ଣ୍ଣ ଶକ୍ତିର ସହିତ ନିର୍ବାଚନ ପ୍ରସ୍ତୁତି କରିଛି। ତେଣୁ ଆଜି ସିଲମପୁରେ ଆୟୋଜିତ ବଡ଼ଧରଣର ଜନସଭାରେ ରାହୁଲ ଦେବେ ଉଦବୋଧନ।

କଂଗ୍ରେସ ପକ୍ଷରୁ ଚାଲିଥିବା ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ଅଭିଯାନ ସ୍ବରୂପ ଦିଲ୍ଲାର ସିଲମପୁର ଅଞ୍ଚଳରେ ଜନସଭା କରାଯିବ। ଏଥିରେ ଦଳର ବହୁ ନେତା ଓ କର୍ମୀ ସାମିଲ ହେବେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏହା ହେବ ରାହୁଲଙ୍କ ପ୍ରଥମ ନିର୍ବାଚନ ସଭା। ଗତକାଲି ଶିକ୍ଷିତ ଯୁବକଙ୍କ ଲାଗି କଂଗ୍ରେସ ଘୋଷଣା କରିଥିଲା ଯୁବା ଉଡ଼ାନ ଯୋଜନା। ଏହି ଯୋଜନାରେ କୌଣସି କମ୍ପାନୀ, କାରଖାନା ବା ସଂଗଠନରେ ପାରଦର୍ଶିତା ପ୍ରଦର୍ଶନ କଲେ ମିଳିବ ମାସିକ ୮ ହଜାର ୫୦୦ ଟଙ୍କା ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପ୍ରାୟ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରରେ ଆଗୁଆ ରହିଛି ଆମ ଆଦମୀ ପାର୍ଟି। ବିଭିନ୍ନ ସଭାରେ ଦଳର ବିଭିନ୍ନ କାର୍ଯ୍ଯକ୍ରମ ସମ୍ପର୍କରେ ସୂଚନା ଦେଉଛନ୍ତି ଆପ୍ ନେତା। ପୂର୍ବରୁ ଦିଲ୍ଲୀରେ ଦୁଇଟି କାର୍ଯ୍ୟକ୍ରମ କରି ଆପକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଗତ ନଭେମ୍ବରରେ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ହୋଇଥିଲା ଦିଲ୍ଲୀ ନ୍ୟାୟ ଯାତ୍ରା। ଭାରତ ଯୋଡ ଯାତ୍ରା ପରି ଏହି ଯାତ୍ରାକୁ ମିଳିଥିଲା ସମର୍ଥନ। ଡିସେମ୍ବର ୭ରେ ଏହି ଯାତ୍ରା ସରିଥିଲା। ଆସନ୍ତା ଫେବ୍ରୁଆରୀ ୫ରେ ହେବ ନିର୍ବାଚନ। ଫଳାଫଳ ୮ରେ ଆସିବ ।

Leave A Reply

Your email address will not be published.