Latest Odisha News

BREAKING NEWS

ଭାରତୀୟ କ୍ରିକେଟରଙ୍କ ପାଇଁ ନୂଆ ନିୟମ, ଏଣିକି ସାଙ୍ଗରେ ପତ୍ନୀଙ୍କୁ ନେଇପାରିବେନି! 

 

ମୁମ୍ବାଇ: ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ବିସିସିଆଇ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ମୁମ୍ବାଇରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ବିସିସିଆଇ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ। ବୋର୍ଡ ଏବେ ଖେଳାଳି ଏବଂ ପ୍ରଶିକ୍ଷକ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପୁଣିଥରେ ୨୦୧୯ ପୂର୍ବରୁ ଥିବା ସମାନ ନିୟମ ପ୍ରଯୁଜ୍ୟ ହୋଇପାରେ। ତଦନୁଯାୟୀ, ଟୁର୍ଣ୍ଣାମେଣ୍ଟ ସମୟରେ ପତ୍ନୀମାନେ ଖେଳାଳିଙ୍କ ସହିତ ରହିପାରିବେ ନାହିଁ । ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ଦିନ କିମ୍ବା ତା’ ଠାରୁ ଅଧିକ ଦିନ ଯାଏଁ ହୁଏ, ତେବେ ଖେଳାଳିଙ୍କପରିବାର ଲୋକ ତାଙ୍କ ସହିତ ମାତ୍ର ୧୪ ଦିନ ରହିବାର ଅନୁମତି ମିଳିବ । ସେହିପରି ଯଦି ଏହି ଗସ୍ତ ୪୫ ଦିନରୁ କମ୍ ହୁଏ ତାହେଲେ ପରିବାର ମାତ୍ର ୭ ଦିନ ଯାଏଁ ସମୟ ବିତାଇପାରିବେ।

Comments are closed.