Latest Odisha News

ସ୍ମାର୍ଟଫୋନର ବ୍ୟାଟେରୀ ଲାଇଫ ବଢାଇବାର ସହଜ ଉପାୟ..

ଭୁବନେଶ୍ବର: ଆଜିକାଲି ସମସ୍ତଙ୍କ ଜୀବନରେ ସ୍ମାର୍ଟଫୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ବ୍ୟକ୍ତିଗତ କାମ ହେଉ ଅବା ବୃତ୍ତିଗତ କାର୍ଯ୍ୟ ପାଇଁ, ସବୁବେଳେ ସ୍ମାର୍ଟଫୋନ୍ ସାଥିରେ ରଖନ୍ତି । ତେବେ ସ୍ମାର୍ଟଫୋନ୍ ବ୍ୟାଟେରୀ କେତେ ସମୟ ରହିବ ତାହା ଆପଣ କିପରି ବ୍ୟବହାର କରୁଛନ୍ତି ତାହା ଉପରେ ନିର୍ଭର କରେ । ଯଦି ଆପଣଙ୍କର ଫୋନ୍ ଶୀଘ୍ର ଡିସଚାର୍ଜ ହେଉଛି, ଏହା ଅସୁବିଧା ସୃଷ୍ଟି କରିପାରେ । ତେବେ କିଛି ସହଜ ଉପାୟ ଆପଣାଇ ଆପଣଙ୍କ ବ୍ୟାଟେରୀ ଲାଇଫ ବଢେଇପାରିବ ।

– ସ୍କ୍ରିନ୍ ବ୍ରାଇଟନେସ୍ ଯେତେ କମ୍ ହେବ, ସେତେ ଚାର୍ଜ କମ୍ ହେବ ।
-ଅଟୋ ବ୍ରାଇଟନେସ୍ ଫିଚରର ବ୍ୟବହାର କରନ୍ତୁ । ଏହି ଫିଚର ଆପଣଙ୍କ ଚାରିପାଖରେ ଥିବା ଆଲୋକ ଅନୁଯାୟୀ ସ୍କ୍ରିନ୍ ବ୍ରାଇଟନେସକୁ ଆଡଜଷ୍ଟ କରିଥାଏ, ଯାହା ବ୍ୟାଟେରୀର ଚାର୍ଜ ସଞ୍ଚୟ କରିପାରିବ ।
– ବ୍ୟାକଗ୍ରାଉଣ୍ଡ ଆପ୍ କୁ ବନ୍ଦ କରନ୍ତୁ । ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା ଆପଗୁଡ଼ିକ ବ୍ୟାଟେରୀକୁ ଶୀଘ୍ର ଡିସଚାର୍ଜ କରେ । ଆବଶ୍ୟକ ନଥିବା ଆପ୍ ବନ୍ଦ କରନ୍ତୁ ।
-ଲୋ ପାୱାର୍ ମୋଡ୍  ରେ ଚାର୍ଜ ଶୀଘ୍ର ହ୍ରାସ ହୋଇନଥାଏ ଏବଂ ଫୋନ ଅଧିକ ସମୟ କାମ କରିଥାଏ ।
-ଲୋକେସନ ସର୍ଭିସ ଯଦି ଦରକାର ନାହିଁ ତେବେ ଏହାକୁ ବନ୍ଦ କରି ଦିଅନ୍ତୁ ।
–  ବ୍ଲୁଟୁଥ୍ ଏବଂ ୱାଇ-ଫାଇ ଦରକାର ନାହିଁ ଯଦି ତେବେ ତାହା ବନ୍ଦ ରଖିବା ଉଚିତ୍ ।
-ଅତ୍ୟାବଶ୍ୟକ ଆପ୍ ବ୍ୟତୀତ ଅନ୍ୟ ଆପର ନୋଟିଫିକେସନକୁ ଡିସେବଲ କରି ଦିଅନ୍ତୁ ।
-ଲାଇଭ୍ ୱାଲପେପର ଏବଂ ଆନିମେସନ୍ ବ୍ୟାଟେରୀ ଦ୍ବାରା ଚାର୍ଜ ଶୀଘ୍ର ସାରିଥାଏ , ଏହାକୁ ବନ୍ଦ କରିବା ଲାଭଦାୟକ ହେବ ।
-ସଫ୍ଟୱେର୍ ଅପଡେଟ୍ ବ୍ୟାଟେରୀ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ ତେଣୁ ସର୍ବଦା ଆପଣଙ୍କର ଫୋନ୍ ଅପଡେଟ୍ ରଖନ୍ତୁ ।
-ସର୍ବଦା ଓରଜିନାଲ ଚାର୍ଜର ବ୍ୟବହାର କରନ୍ତୁ । ନକଲି ଚାର୍ଜର ବ୍ୟାଟେରୀକୁ କ୍ଷତି ପହଞ୍ଚାଇ ପାରେ ।

 

Leave A Reply

Your email address will not be published.